ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବୈରିକୁମ୍ପା ଡ୍ୟାମ ନିକଟରୁ ମାଁ ପିତାବଳୀ ବୋଲବମ ଗୃପ ୧୧ ଘଟିକା ସମୟରେ ପୂଜାର୍ଚ୍ଚନା କରି ବାବା ବିରୁପାକ୍ଷଙ୍କ ନିକଟରେ ଜଳାଭିଷେକ ପାଇଁ ଚକାପାଦ ଅଭିମୁଖେ ବାହାରି ଥିଲେ । ସୋମବାର ସକାଳୁ ଚକାପାଦ ଶୈବପୀଠରେ କାଉଡ଼ିଆ ମାନଙ୍କ ଭିଡ଼ ଥିଲା ଶିବ ଲିଙ୍ଗ ରେ ପାଣି ଢ଼ାଳିବା ପାଇଁ ଶହ ଶହ କାଉଡ଼ିଆ ଭକ୍ତ ଭିଡ଼ ଦେଖିବାକୁ ମିଳିଥିଲା । ଏହି ପୀଠକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁତ ଭକ୍ତ ଆସି ଜମା ହୁଅନ୍ତି । ଏପରି ସମୟରେ ମାଁ ପିତାବଳୀ ବୋଲବମ ଭକ୍ତଙ୍କ ଚକାପାଦ ଶୈବପୀଠରେ ପହଞ୍ଚି ଶିବଲିଙ୍ଗରେ ପାଣି ଢ଼ାଳିବା ସହ ମାନସିକ ଧାରି ପୂଜାର୍ଚ୍ଚନା କରିଥିବା ବେଳେ ପୁରୋହିତ ଧନେଶ୍ଵର ନନ୍ଦ ପୂଜାର୍ଚ୍ଚନା କରିଥିଲେ । ପ୍ରତ୍ୟେକ ବର୍ଷ ମା ପିତା ବଳୀ ବୋଲ ବମ ଗୃପ ବିଭିନ୍ନ ଶୈବପୀଠକୁ ଯାଇ ନିଜ ନିଜର ମାନସିକ ପୁର୍ଣ୍ଣ ପାଇଁ ଜଳାଭିଷେକ କରିଥାନ୍ତି । ଏହି ବୋଲ ବମ ଗୃପର କାର୍ଯ୍ୟକ୍ରମ କୁ ଉତ୍ସବ ବଗତ୍ତୀ, ସନ୍ତୋଷ ବଗତ୍ତୀ, ବସନ୍ତ କୁମାର ସାହୁ, ଉତ୍ସବ ବେହେରା, ବାଦଲ କୁମାର ସାହୁ, ପ୍ରତାପ ବିଷୋୟୀ, ଯୋଗେଶ୍ଵର ବେହେରା ଓ କମିଟି ସମସ୍ତ ସଦସ୍ୟ ଆୟୋଜନ କରିଥାନ୍ତି ।