ଗ୍ରାହକ ସେବା କେନ୍ଦ୍ର ଗୁଡିକକୁ ସିଏସପି ପ୍ଲସରେ ସାମିଲ କରିବା ପାଇଁ ଜନ ସେବାକେନ୍ଦ୍ର ଅଧିକାରୀଙ୍କ ଦ୍ୱାରା ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧିନ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିନରେ ପରିଚାଳିତ ହେଉଥିବା ଗ୍ରାହକ ସେବାକେନ୍ଦ୍ର ଗୁଡିକୁ ଓଡିଶା ସରକାରଙ୍କ ଦ୍ୱାରା ନୂତନ ଭାବରେ ଘୋଷଣା କରାଯାଇଥିବା ସିଏସପି ପ୍ଲସ ମାଧ୍ୟମରେ ଅର୍ନ୍ତଭୁକ୍ତ କରିବା ପାଇଁ ବ୍ଲକର ଗ୍ରାହକ ସେବା କେନ୍ଦ୍ର ଅଧିକାରୀମାନେ ସ୍ତାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଫିରିଙ୍ଗିଆ ଗ୍ରାହକ ସେବା କେନ୍ଦ୍ର ଅଧିକାରୀ ତନ୍ମୟ ଗୈାଡଙ୍କ ନେତୃତ୍ୱରେ ଏହି ଦାବିପତ୍ର ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଗ୍ରାହକ ସେବା ଅଧିକାରୀମାନେ ବ୍ଲକର ବିଭିନ୍ନ ପଂଚାୟତ ମୁଖ୍ୟାଳୟମାନଙ୍କରେ ଦିର୍ଘ ୧୦ ରୁ ୧୨ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ନିଯୁକ୍ତ ହୋଇ ସରକାରଙ୍କ ଦ୍ୱାରା ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଛନ୍ତି । ତେବେ ଓଡିଶା ସରକାର କିଛିଦିନ ତଳେ ପ୍ରତ୍ୟେକ ପଞ୍ଚାୟତ ମୁଖ୍ୟାଳୟରେ ସିଏସପି ପ୍ଲସ ଖୋଲିବା ପାଇଁ ନିଷ୍ପତି ଘୋଷଣା କରିଛନ୍ତି । ଯାହା ଦ୍ୱାରା ଗ୍ରାହକ ସେବା କେନ୍ଦ୍ର ଗୁଡିକ ଉପରେ ସିଧାସଳଖ ପ୍ରଭାବ ପଡିବାର ସମ୍ଭାବନା ଦେଖାଦେବା ସହ ଗ୍ରାହକ ସେବା କେନ୍ଦ୍ରର ଅଧିକାରୀମାନଙ୍କ ବୃତି ଉପରେ ପ୍ରଭାବ ପଡିବାର ସମ୍ଭାବନା ରହିଛି । ଅନ୍ୟପଟେ କୋଭିଟ ସମୟରେ ହେଉ କିମ୍ବା ବିଭିନ୍ନ ଜରୁରି ପରିସ୍ଥିରେ ଗ୍ରାହକଙ୍କୁ ସେବା କେନ୍ଦ୍ର ଦ୍ୱାରା ନିରବଛିନ୍ନ ଭାବରେ ଗ୍ରାହକମାନଙ୍କୁ ସେବା ଯୋଗାଇ ଆସୁଛନ୍ତି । ବିଭିନ୍ନ ଗ୍ରାମାଞ୍ଚଳମାନଙ୍କରେ ନେଟୱାର୍କ ସମସ୍ୟା ଥିଲେ ମଧ୍ୟ ଏହି ଗ୍ରାହକ ସେବା କେନ୍ଦ୍ର ଅଧିକାରୀମାନେ ବଣଜଙ୍ଗଲ ବୁଲି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ଏଣୁ ସରକାର ଘୋଷଣା କରିଥିବା ପଞ୍ଚାୟତ ସ୍ତରୀୟ ସିଏସପି ପ୍ଲସ କେନ୍ଦ୍ରମାନଙ୍କୁ ଫିରିଙ୍ଗିଆ ବ୍ଲକ ରେ ଥିବା ସମସ୍ତ ଗ୍ରାହକ ସେବା କେନ୍ଦ୍ରମାନଙ୍କରେ ସାମିଲ କରାଯିବା ନେଇ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଅନ୍ୟପଟେ ବିଡିଓଙ୍କୁ ଏହି ଦାବିପତ୍ର ପ୍ରଦାନ କରିବା ସମୟରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାହକ ସେବା କେନ୍ଦ୍ର ଅଧିକାରୀ ରଶ୍ମିରଞନ ପ୍ରଧାନ, ଆଲୋକ ଦିଗାଲ, ରାଜନିକାନ୍ତ ସାହୁ, ମନୋଜ ଦିଗାଲ, ଧିରେନ କର୍ଣ୍ଣ, ରତ୍ନାକର ଦିଗାଲଙ୍କ ସହ ସମସ୍ତ ଗ୍ରାହକ ସେବା ଅଧିକାରୀ ଉପସ୍ତିତ ଥିଲେ ।