କନ୍ଧମାଳ ଜିଲ୍ଲାର ପ୍ରାକୃତିକ ସମ୍ପଦର ସଦବିନିଯୋଗ କରିବାରେ ଫେଲ ମାରିଛନ୍ତି ସରକାର ?? କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ଯୁବକ….

ଅନୁସନ୍ଧାନ ଭାରତ(ବ୍ୟୁର): ଜୀବନ ଜୀବିକା ପାଇଁ ଅନ୍ୟ ରାଜ୍ୟ ମୁହାଁ କନ୍ଧମାଳ ଜିଲ୍ଲାର ଯୁବକ ଓ ଯୁବତୀ I ନିଜ ରାଜ୍ୟରେ ରୋଜିଗାରର ପନ୍ଥା ନ ପାଇ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଇ ଜୀବନ ହାରୁ ଛନ୍ତି ଅନେକ କନ୍ଧମାଳ ଜିଲ୍ଲାର ଯୁବକ ଓ ଯୁବତୀ I କନ୍ଧମାଳ ଜିଲ୍ଲା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଜିଲ୍ଲା ଵାସୀଙ୍କ ସ୍ୱାର୍ଥ ସାଧନ ପାଇଁ ସରକାର ପ୍ରାକୃତିକ ସମ୍ପଦର ସଦ ବିନିଯୋଗ କରି ଜିଲ୍ଲାରେ ଶିଳ୍ପୀ ପ୍ରତିଷ୍ଠା କରି ଯୁବକ ଯୁବତୀଙ୍କୁ ରୋଜାଗାରକ୍ଷମ କରିବାରେ ସରକାର ଫେଲ ମାରି ଥିବା ଜିଲ୍ଲାଵାସୀ ଅଭିଯୋଗ କରିଛନ୍ତି I ଯାହାର ପରିଣାମ ଘୁ. ଉଦୟଗିରିରେ ଦେଖିବାକୁ ମିଳିଛି ବୋଲି ସ୍ଥାନୀୟ ବାସୀନ୍ଧା ମତପ୍ରକାଶ କରିଛନ୍ତି I ଜୀବନ ଜୀବିକା ପାଇଁ କେରଳ ରାଜ୍ୟରେ ପୁଣି କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ୧ ଦୁଗୁଡ଼ି ଗ୍ରାମର ଜଣେ ଯୁବକ ଜୀବନ ହାରିଛନ୍ତି I
କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ଠାରେ ଏକ ଦୁଃଖଦ ଘଟଣା ଘଟିଛି I ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇ ଜଣେ ପ୍ରବାସୀ ଓଡ଼ିଆ ଯୁବକଙ୍କ କେରଳରେ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନ୍‌ଏସି ୧ନଂ ୱାର୍ଡ଼ ଅନ୍ତର୍ଗତ ଡୁଗୁଡ଼ି ଗ୍ରାମର ବାବୁଲା ନାୟକଙ୍କ ପୁଅ ବ୍ରାଉନ ନାୟକ(୨୭) । ସୂଚନା ଅନୁସାରେ ବ୍ରାଉନ ୧୦ମ ଶ୍ରେଣୀ ପାସ ହେବା ପରେ ବିଷମକଟକ ସ୍ଥିତ ଆଇଟିଆଇ ପ୍ରଶିକ୍ଷଣ କେନ୍ଦ୍ର ଠାରେ ପ୍ରଶିକ୍ଷଣ ନେଇଥିଲେ । ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ଚାକିରି ଆବେଦନ କରି ବିଫଳ ହେବା ପରେ ନିରାଶ ହୋଇ ପରିବାର ଭରଣ ପୋଷଣ ପାଇଁ କେରଳ ରାଜ୍ୟକୁ ଯାଇ ମୁଲ ମଜୁରୀ କରିବାକୁ ସ୍ଥିର କରିଥିଲେ । କେରଳର ଏର୍ନାକୁଲମ ଜିଲ୍ଲା ଆଙ୍ଗାମାଲି ନାମକ ସ୍ଥାନରେ ଥିବା ଏକ କମ୍ପାନିରେ କାମ କରିବାକୁ ଗତ ଅଗଷ୍ଟ ୧୦ ତାରିଖ ଦିନ ବ୍ରହ୍ମପୁର ଠାରୁ ରେଳଯାତ୍ରା କରିଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ଗତ ୧୩ ତାରିଖରେ ସ୍ୱାସ୍ଥବସ୍ଥା ଖରାପ ହେବାରୁ କେରଳ ରାଜ୍ୟର ଏର୍ଣ୍ଣାକୁଲମ ଜିଲ୍ଲାର ତ୍ରିଶୂର ମେଡ଼ିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇ ଥିଲେ I ପୁଣି ତ୍ରିଶୂର ମେଡ଼ିକାଲରୁ ଏର୍ଣ୍ଣାକୁଲମ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଉଥିଲା I ହେଲେ ଯୁବକଙ୍କ ୧୫ ତାରିଖରେ ଏର୍ଣ୍ଣାକୁଲମ ଜିଲ୍ଲାର ଆଙ୍ଗାମାଲି ବିମାନ ବନ୍ଦର ଠାରେ ମୃତ୍ୟୁ ଘଟିଥିଲା I ସେଠାରୁ ଯୁବକଙ୍କ ମୃତ ଦେହକୁ ପୁଣି ଏର୍ଣ୍ଣାକୁଳମ ମେଡ଼ିକାଲ କଲେଜକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇ ବ୍ୟବଚ୍ଛେଦ ପରେ ଘୁ.ଉଦୟଗିରିକୁ ଆଣା ଯାଉଥିବା ସୂଚନା ମିଳିଛି I ଖବର ପ୍ରକାଶ ପାଇବା ପର୍ଯ୍ୟନ୍ତ ଯୁବକଙ୍କ ମୃତ ଦେହ ଆଜି ସକାଳେ ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚି ନିଜ ଜନ୍ମ ମାଟି ଘୁ.ଉଦୟଗିରି ଅଭିମୁଖେ ଆସୁ ଥିବା ସୂଚନା ମିଳିଛି I ଯୁବକଙ୍କ ପରିବାରକୁ ସରକାରୀ ଅନୁଦାନ ପ୍ରଦାନ ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ଜନସାଧାରଣ I ଯଦି ସରକାର କନ୍ଧମାଳ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରି ଜିଲ୍ଲାର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ ପାଇଁ ଯୋଜନା କରି ଥାନ୍ତେ ତାହେଲେ କନ୍ଧମାଳ ଜିଲ୍ଲାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇ ଏପରି ଭାବରେ ମୃତ୍ୟୁ ବରଣ କରିନ ଥାନ୍ତେ ବୋଲି ଅଞ୍ଚଳ ବାସୀ କହିଛନ୍ତି I ତେଣୁ ପ୍ରଶାସନ ଏଥିପ୍ରତୀ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହୋଇଛି I ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯିବା ସହ ଆତ୍ମୀୟସ୍ଵଜନ ଶେଷ ଦର୍ଶନ ପାଇଁ ଅପେକ୍ଷରେ ରହି ଥିବା ଅଞ୍ଚଳ ବାସୀ କହିଛନ୍ତି I ଯୁବକଙ୍କ ମୃତ ଦେହ ନିଜ ଜନ୍ମମାଟି ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ୱାର୍ଡ ୧ ଦୁଗୁଡ଼ି ଠାରେ ପହଁଚିବା ପରେ ଖ୍ରୀଷ୍ଟୟ ରୀତିନୀତି ଅନୁସାରେ କବର ଦିଆଯିବାର ସୂଚନା ରହିଛି I