ଅନୁସନ୍ଧାନ ଭାରତ(ବ୍ୟୁର): ସାରା ଦେଶରେ ଆଜି ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ସଦର ମହକୁମା ଠାରେ ମଧ୍ୟ ବଡ଼ ଧୁମଧାମରେ ସ୍ବାଧୀନତା ଦିବସ ପାଳନ ହେଇଯାଇଛି । ଆଜିର କାର୍ଯ୍ୟକ୍ରମରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସେହିକ୍ରମରେ ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳୟରେ ନୂତନ ହିତାଧିକାରୀଙ୍କ ପାଇଁ ବିଭିନ୍ନ ଭତା ପ୍ରଦାନ ସହ ଅନେକ ଯୋଜନା ସାମିଲ କରାଯାଇଥିଲା । ପୁଣି ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓ ଦେଶାତ୍ମବୋଧକ ଗୀତ, ବେଣ୍ଡ ବାଦ୍ୟ ଓ ଦେଶ ଭକ୍ତି ନାରା ଦେଇ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ କର୍ମଚାରୀ ସହିତ ଅଞ୍ଚଳର ଜନସାଧାରଣ କାଶୀପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରେ ଏକତ୍ରିତ ହେଇଯାଇଥିଲେ । କାର୍ଯ୍ୟକ୍ରମର ଆରମ୍ଭ ରେ କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ୱର ମାଝୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ପରେ ସ୍ଥାନୀୟ ତହସିଲଦାର ବିଶ୍ୱ ବିଶୃତ ତ୍ରିପାଠି ଓ ବିଡ଼ିଓ ମନୀଷା ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ଦେଶର ପରାଧୀନ ଓ ସ୍ୱାଧୀନ ସମୟର ସ୍ଥିତି ଉପରେ ଆଲୋକପାତ କରିଥିଲେ । ପରବର୍ତ୍ତୀ ସମୟରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ପ୍ୟାରେଡ଼ ଓ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମର ଅନ୍ତିମରେ ପୂର୍ବରୁ ଅନୁଷ୍ଠିତ ହେଇଥିବା ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତିକାର୍ଯ୍ୟ ହେଇଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅଧିକାରୀମାନଙ୍କ ଦ୍ୱାରା ପୁରସ୍କାର କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଶତାଧିକ ବିଭିନ୍ନ ସରକାରୀ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।