ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ କାର୍ଯ୍ୟାଳୟର ପ୍ରେକ୍ଷାଳୟ ଗୃହରେ ଆଜି ସଂନ୍ଧ୍ୟା ୫ ଘଣ୍ଟିକା ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷୟତାରେ ୭୭ ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ପାଳନ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି I
ଏହି ସ୍ୱତନ୍ତ୍ର ବୈଠକ କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିଶି, ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ସ୍ୱାଇଁ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରତିକାନ୍ତ ସାହୁ, ବନାଞ୍ଚଳ ଅଧିକାରୀ ଯୋଗେନ୍ଦ୍ର ନାଥ ସେନାପତି, ଦମକଳ ବାହିନୀ ଅଧିକାରୀ, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ସ୍ବେଚ୍ଛାସେବୀ ଉକ୍ତ ବୈଠକରେ ଉପସ୍ଥିତ ରହିଥିଲେ I ଚଳିତ ବର୍ଷ ବ୍ଲକ ଓ ଏନଏସି ଅଧୀନରେ ଥିବା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିଶେଷ ଆଲୋଚନା ହୋଇ ଥିଲା I ଲୋକ ଓ ସୂଚନା ବିଭାଗ ତରଫରୁ ଅଧିକାରୀଙ୍କ ଅନୁପସ୍ଥିତିକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ତରଫରୁ ମଞ୍ଚ ପରିଚାଳନା କରା ଯାଇଥିଲା I ଏହି ପ୍ରସ୍ତୁତି ବୈଠକରେ ସ୍ଥାନୀୟ ପୋଲିସ ଅଗ୍ନିଶମ ବାହିନୀ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟରତ କର୍ମଚାରୀ, କାର୍ଯ୍ୟରତ ସାମ୍ବାଦିକ, ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀ ଉପସ୍ଥିତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ I ଉପସ୍ଥିତ ସମସ୍ତ ଭଦ୍ରମଣ୍ଡଳୀଙ୍କୁ ଆସନ୍ତା ୭୭ ତମ ସ୍ୱାଧୀନତା ଦିବସ କିଭଳି ସୁରୁଖୁରୁରେ ପାଳନ ହେବ ସେଥି ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ବ ଦିଆ ଯାଇଛି ଏବଂ ସମ୍ପୂର୍ଣ୍ଣ ସହଯୋଗ କରିବା ନିମନ୍ତେ ନିବେଦନ କରା ଯାଇଥିବା ପ୍ରଶାସନ ତରଫରୁ ସୂଚନା ମିଳିଛି I ଏହି ମହାନ ଉତ୍ସବ ପାଳନ ଅବସରରେ ବକ୍ତୃତା ପ୍ରତିଯୋଗୀତା, ସଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ୟାରେଡ କରାଯିବା ନିମନ୍ତେ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି I ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯିବା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି I ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁଁ ଘୁ.ଉଦୟଗିରି ଉପଖଣ୍ଡ ଲୋକ ସମ୍ପର୍କ ଓ ସୂଚନା କାର୍ଯ୍ୟାଳୟରେ ତାଲା ଝୁଲିବା ଓ ଏହି ମହାନ ପବିତ୍ର ପର୍ଵ ପାଳନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ଆଗ୍ରହ ପ୍ରକାଶ ନ ପାଇବା ଏବଂ କାର୍ଯ୍ୟଳୟରେ କୌଣସି ଅଧିକାରୀ ନ ଥିବାରୁ ବର୍ଷ ବର୍ଷ ଧରି ଚାଲି ଆସିଥିବା ପରମ୍ପରା ଭାଙ୍ଗିବା ସହ ଚଳିତ ବର୍ଷ ଏହି ମହାନ ପର୍ଵ ପାଳନକୁ ନେଇ ଅନିଶ୍ଚିତତା ଦେଖା ଦେଇଥିଲା I ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇ ଥିଲା I ହେଲେ ହଠାତ ସ୍ଥାନୀୟ ଅତିରିକ୍ତ ଉପଜିଲ୍ଲାପାଳ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ତତ୍ପରତାକୁ ସ୍ଥାନୀୟ ବାସୀ ବେସ ପ୍ରଶଂସା କରିଛନ୍ତି I