ଗୁଣପୁର ପ୍ରେସ ୟୁନିଅନ ୟୁନିଅନର ଉପସଭାପତି ତଥା ସାମ୍ବାଦିକ ସ୍ୱର୍ଗତ ରବୀନ୍ଦ୍ର ମୋହିନୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଏବଂ ଶୋକସଭା ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଗୁଣପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ସାମ୍ବାଦିକ ତଥା ପ୍ରେସ ୟୁନିଅନ ଉପସଭାପତି ସ୍ୱର୍ଗତ ରବୀନ୍ଦ୍ର ନାଥ ମୋହିନୀଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ଏବଂ ଶୋକସଭା ପ୍ରେସ ୟୁନିଅନର ସଭାପତି ପ୍ରମୋଦ କୁମାର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା, ଦୟାନିଧି ଖାଡ଼ଙ୍ଗା, ମନୋଜ ସାହୁ, ରାଜେଶ ପଣ୍ଡା ଲୋକ ସୂଚନା ବିଭାଗର ଅନନ୍ତ ପାତ୍ର ଓ ସାମ୍ବାଦିକ ସନ୍ତୋଷ ଗୁରୁ, ଶକ୍ତି ଦାସ, ସୁନିଲ୍ କମାର ସାବତ, ରାମ ନାୟକ, ଅନିଲ ସାହୁକାର, ସତ୍ୟ କର, ଜିତେନ୍ଦ୍ର ଶତପଥୀ, ରାମ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ଦିପୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ରବୀନ୍ଦ୍ର ନାଥ ମୋହିନୀ ପ୍ରତିଟି କଥାର ସ୍ମୃତି ଚାରଣ କରାଇଥିଲେ ଉପସ୍ଥିତ ସଦସ୍ୟ ଶ୍ରଦ୍ଧାଞ୍ଜଳି ତଥା ଶୋକ ସଭାରେ ସ୍ୱର୍ଗତ ରବୀନ୍ଦ୍ର ନାଥ ମୋହିନିଙ୍କ ପରିବାରକୁ ପ୍ରେସ ୟୁନିଅନ ତରଫରୁ ସହାୟତା ଯୋଗାଇ ଦିଆଯିବା, ତାଙ୍କର ଏକ ମାତ୍ର ୯ ବର୍ଷର ଝିଅକୁ ଶିକ୍ଷା କ୍ଷେତ୍ରରେ ସହାୟତା ଏବଂ ଆବଶ୍ୟକ କ୍ଷେତ୍ରରେ ଝିଅ ପଢୁ ଥିବା ସ୍କୁଲର ଅଧିକାରୀ ତଥା ଗାନ୍ଧୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ୍ୟଙ୍କ ସହ ଯୋଗାଯୋଗ କରି ଅତିକମରେ ପ୍ଲସ୍ ଟୁ ଯାଏଁ ମାଗଣାରେ ପଢାଇବାକୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା I ପ୍ରେସ ୟୁନିଅନର ସଭାପତି ପ୍ରମୋଦ ସାହୁଙ୍କ ନେତୃତ୍ୱରେ ଏକ ଟିମ ଆସନ୍ତା କାଲି ଗାନ୍ଧୀ ଯାନ୍ତ୍ରିକ ବିଶ୍ଵବିଦ୍ୟାଳୟର ଅଧକ୍ଷ୍ୟଙ୍କ ସହ ଏ ବାବଦରେ ଆଲୋଚନା କରିବେ ବୋଲି ପ୍ରେସ ୟୁନିଅନର କାର୍ଯ୍ୟକାରୀ କମିଟିର ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା ଜଣାଇଛନ୍ତି।