ତୁମୁଡିବନ୍ଧ ସାମ୍ବାଦିକ ସଂଘର ମହାନତା: ଗୋଡ଼ ଭାଙ୍ଗି ଥିବା ଅଜଣା ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ନିଜ ଦାଇତ୍ୱରେ ବାଲିଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କଲେ…
ଅନୁସନ୍ଧାନ ଭାରତ(ବ୍ୟୁର): ଗତକାଲି ଅର୍ଥାତ ୧୭/୦୬/୨୦୨୧ ରିଖ ଦିନ କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକର ଡଡ଼ଙ୍ଗୀ ଗ୍ରାମ ନିକଟରେ ପଞ୍ଚସଠି ବର୍ଷୀୟ ଅଜଣା ବୃଦ୍ଧଙ୍କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ତୁମୁଡିବନ୍ଧ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଅଣା ଯାଇ ଥିଲା I
ବୃଦ୍ଧଙ୍କ ଗୋଡ଼ ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଅଭିଷେକ ନାୟକ ପ୍ରାଥମିକ ଚିକିତ୍ସା ପରେ ଚିକିତ୍ସା ନିମନ୍ତେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ I ହେଲେ ଏଭଳି ପରିସ୍ଥିତିରେ ବୃଦ୍ଧଙ୍କ ପରିଚୟ ମିଳିନ ଥିଲା ଏବଂ ସମ୍ପର୍କୀୟ କେହି ନ ଥିବାରୁ ସ୍ଥାନାନ୍ତରିତ କରିବା ସମ୍ଭବ ପର ହୋଇ ନ ଥିଲା I ଉକ୍ତ ଖବର ତୁମୁଡିବନ୍ଧ ପ୍ରେସ କ୍ଲବ ର ସଦସ୍ୟ ପଵିତ୍ର ଦିଗାଲ, ଫିଲିପ ଦିଗାଲ, ପ୍ରବୀଣ କୁମାର ପଟନାୟକ, ସାମୁଏଲ ନାୟକ, ଧର୍ମପଦ ନାୟକ, ପ୍ରଳୟ ନାୟକ ଓ ସିମାଞ୍ଚଳ ସାହୁ ପ୍ରମୁଖ ଜାଣିଲା ପରେ ତୁମୁଡିବନ୍ଧ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଥିଲେ ଏବଂ ଚିକିତ୍ସା ନିମନ୍ତେ ନିଜ ଦାଇତ୍ୱରେ ଉପଖଣ୍ଡ ଚିକିତ୍ସାଳୟ ବାଲିଗୁଡ଼ାକୁ ସ୍ଥାନାନ୍ତରିତ କରିଥିଲେ I ଏଭଳି ଏକ ମହାନ କାର୍ଯ୍ୟ କରି ତୁମୁଡିବନ୍ଧ ପ୍ରେସକ୍ଲବ ଏକ ସ୍ୱତନ୍ତ୍ର ପରିଚୟ ଓ ଉଦାହରଣ ସୃଷ୍ଟି କରିଛି I ପ୍ରେସକ୍ଳବର ଏହି ମହାନ କାମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି I