ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସରାମୂଳି ପଞ୍ଚାୟତର ପାକାଲମାହା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ମୋହିତ ବଳିଆର ସିଂ ଙ୍କ ଅକାଳ ବିୟୋଗରେ ଅଞ୍ଚଳ ତଥା ଶିକ୍ଷକ ମହଲରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଅନୁସାରେ ଶିକ୍ଷକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସେ ଗତ ୧୯ ତାରିଖ ଠାରୁ ଭୁବନେଶ୍ଵର ଏମ୍ସ ରେ ଚିକିତ୍ସିତ ହେଉଥିଲେ I ତେବେ ଭାଗ୍ୟର ବିଡ଼ମ୍ବନା ଚିକିତ୍ସିତ ଅବସ୍ଥାରେ ହିଁ ଗତ ୨୫ ତାରିଖ ଦିନ ମେଡ଼ିକାଲରେ ତାଙ୍କ ଦେହାନ୍ତ ହୋଇଥିଲା I ସେହି ସମୟରେ ତାଙ୍କ ସ୍ତ୍ରୀ ସବିତା ସିଂ, ବଡ଼ ଝିଅ ଶୀତଳ, ସାନ ଝିଅ ପ୍ରିୟଙ୍କା, ପୁଅ ରାହୁଲ ଓ ବଡ଼ ଭାଇ ରସେନ୍ତ, ବଡ଼ ଭାଉଜ କୁମାରୀ ପାଖରେ ଥିଲେ I ଅଚାନକ ତାଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଥିଲା I ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କ ମର ଶରୀରକୁ ନିଜ ଗ୍ରାମ ଧୁସାରି ଗାଁକୁ ଅଣା ଯାଇଥିଲା I ଖବର ପାଇ ଆଖାପାଖି ଅଞ୍ଚଳ ଓ ଦୁର ଦୂରାନ୍ତରେ ରହୁଥିବା ନିକଟ ସମ୍ପର୍କୀୟ ସେଠାରେ ପହଞ୍ଚି ଶୋକାକୁଳ ପରିବେଶରେ ତାଙ୍କ ଅନ୍ତେଷ୍ଟି କ୍ରିୟା ସମ୍ମପାନ କରିଥିଲେ। ଖବର ପାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର ଓ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ସିଂ ମୃତକଙ୍କ ପରିବାରରେ ପହଞ୍ଚି ଶୋକାକୁଳ ପରିବାରକୁ ସାନ୍ତୋନା ଦେବା ସହ ଶୁଦ୍ଧିକ୍ରିୟା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଦଶ ହଜାର ଟଙ୍କା ଅନୁଦାନ କରିଥିବା ଜଣାପଡିଛି। ସେ ଜଣେ ସୁଦକ୍ଷ ଶିକ୍ଷକ ଓ ଜଣେ ଭଦ୍ର ,ମେଳାପି, ଭାତ୍ରୁ ବତ୍ସଳ, ମିଷ୍ଠ ଭାଷି ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳ ବାସୀ ତାଙ୍କୁ ସହଜରେ ଭୂଲି ପାରୁ ନଥିବା ବେଳେ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀମାନେ ଗଭୀରଶୋକ ପ୍ରକାଶ କରିଛନ୍ତି ।