ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ : ନିର୍ମାଣ କାମ ସରିବାର ୨ ମାସ ପରେ କଲ୍ୟାଣ ମଣ୍ଡପର କାନ୍ଥ ଫାଟି ଆଁ…

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଔର୍ଡ ନଂ ୧୫ କେଉଟ ସାହିରେ ମିନି କଲ୍ୟାଣ ମଣ୍ଡପ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା । କଲ୍ୟାଣ ମଣ୍ଡପ ତିଆରି ହେବାର ଦୁଇ ମାସେ ନ ପୁରୁଣୁ ତାହା କେଉଁଠି କାନ୍ଥ ଫାଟି ଆଁ କଲାଣି ତ ଆଉ କେଉଁ ଠାରେ ଫେବର ଟାଇଲ ଭାଙ୍ଗି ରୁଜି ଗଲାଣି । ଯାହା ଦ୍ୱାରା ବର୍ତ୍ତମାନ ଏହି ମଣ୍ଡପଟି ସାହି ବାସିନ୍ଦା ଙ୍କ କାର୍ଯ୍ୟରେ ଲାଗୁନାହିଁ । ନିମ୍ନ ମାନର କାମ ହୋଇଥିବାରୁ ଭାଙ୍ଗି ଯାଇଛି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ । ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ସରକାର ଯେଉଁ ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା ବାଟମାରଣା ହେଉଥିବା ଅଭିଯୋଗ ହେଉଛି ବୋଲି ସାଧାରଣ ଜନତା ମତପ୍ରକାଶ କରିଛନ୍ତି । ଏହି ମାନମୁଖୀ କାର୍ଯ୍ୟ କଳାପ ଯୋଗୁଁ ଜନସନ୍ତୋଷ ତେଜିବାରେ ଲାଗିଛି । ଏଭଳି ଏକ ନିମ୍ନମାନର ପ୍ରକଳ୍ପ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଔର୍ଡ ନଂ ୧୫ କେଉଟ ସାହିରେ ଦେଖିବାକୁ ମିଳିଛି । ଯେଉଁଠି ୧୫ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା କଲ୍ୟାଣ ମଣ୍ଡପ କାର୍ଯ୍ୟରେ ଵ୍ୟାପକ ଅନିୟମିତତା ହୋଇଥିବା ୧୪ ଓ ୧୫ ନଂ ୱାର୍ଡ ଵାସିନ୍ଦା ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳ଼ୟରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । କାମ ଶେଷ ହେବାର ମାତ୍ର ୨ ମାସ ପରେ ଚଟାଣ ଉପରେ ବିଛାଯାଈଥିବା ଟାଇଲ ଓ ଫେବର ବ୍ଲକ ଭାଙ୍ଗିବା ସହ ଚାଲିଲେ ଫୋମ୍ପା ଶବ୍ଦ ବାହାରୁଛି । ଲେଟିନ ବାଥରୂମ କାନ୍ଥ ଫାଟି ଆଁ କଲାଣି । ସିଡି ଗୃହରେ ଵ୍ୟବହୃତ ହୋଇଥିବା ଟିଣ ଛପର ପୁରୁଣା ଟିଣ ବୋଲି ଶୁକ୍ରବାର ଶତାଧିକ ସାହିବାସିନ୍ଦା ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳ଼ୟରେ ପହଞ୍ଚି ଅଭିଯୋଗ କରିଛନ୍ତି । ସରକାରୀ ଟଙ୍କାରେ ପିଲା ଖେଳ ଚାଲିଛି କି ବୋଲି ସାହି ବାସିନ୍ଦା ଅଭିଯୋଗ କରିବା ସହ ମୋ ସରକାରରେ ଅଭିଯୋଗ କରିବେ ବୋଲି କହିଛନ୍ତି । ବିଭାଗୀୟ ଅଧିକାରୀ ଏବଂ ଠିକାଦାର ପ୍ରକଳ୍ପ ବାବଦ ଅର୍ଥ ହରିଲୁଟ କରୁଛନ୍ତି ବୋଲି ସାହିର ବିକ୍ରମ ଵେହେରା, ପ୍ରମୋଦ କୁମାର ବେହେରା, ଘନଶ୍ୟାମ ଵେହେରା, ପ୍ରକାଶ ବେହେରା, ଧ୍ରୁବଚରଣ ଵେହେରା, ଶୁଭମ ଵେହେରା, ସୁକାନ୍ତି ଵେହେରା, ଝିଲି ବେହେରା, ନରସିଂହ ବେହେରା, ନାରାୟଣ ବେହେରା, ବିଶ୍ବନାଥ ବେହେରା, ମାନସ ରଞ୍ଜନ ଵେହେରା, ଭଗବାନ ପାତ୍ର, ରବୀନ୍ଦ୍ରଵେହେରା ,ଉଦୟ ନାଥ ବେହେରା ପ୍ରମୁଖ ଶତାଧିକ ମହିଳା ଏବଂ ପୁରୁଷ ଅଭିଯୋଗ କରିଛନ୍ତି । ତେଣୁ ପ୍ରଶାସନ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି I