ଗୁଣପୁରରେ ପୌର ପରିଷଦର ଅଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ(ମୁକ୍ତା) ଦ୍ୱାରା ଦକ୍ଷତା ଓ ବିକାଶ କାର୍ଯ୍ୟକ୍ରମ ଆୟୋଜିତ…..
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ରାୟଗଡ ଜିଲ୍ଲା ଗୁଣପୁର ଟାଉନ୍ ହଲ୍ ଠାରେ ମିଶନ ଶକ୍ତି ଗୋଷ୍ଠୀ ଓ ପୌର ପରିଷଦ ଅଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ବିଷୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧକ୍ଷା ଶ୍ରୀମତୀ ମମତା ଗୌଡ ଓ ପୌର ପରିଷଦ ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ, ସମ୍ମାନିତ ଅତିଥି ଭାବେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଡ଼. ସତ୍ୟ ସମ୍ପୂର୍ଣ୍ଣ ରାଉତ ଉପସ୍ଥିତ ରହି ମଞ୍ଚାସୀନ ରହିଥିଲେ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ରାଜ୍ୟ ସରକାର ଓଡ଼ିଶାରେ ପ୍ରଥମେ ୨୦ ଫେବୃଆରୀ ୨୦୨୧ ମସିହାରେ ଏହାକୁ ପୂର୍ଣ୍ଣାଙ୍ଗ ରୂପରେ ଘୋଷଣା କରିଥିଲା । ୧୭ ନଭେମ୍ବର ୨୦୨୨ ମସିହା ରେ ଏହାର ପୂର୍ଣ୍ଣାଙ୍ଗ ସଂଶୋଧିତ ମାର୍ଗ ଦର୍ଶିକା ଜାରୀ କରାଯାଇଥିଲା । ମୁକ୍ତା ଯୋଜନାକୁ କିଭଳି ସଫଳ ରୂପାୟନ କରିବା ଏବଂ ଏହାର ଦକ୍ଷତା ବିକାଶ କରିବା ଦିଗରେ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବା ପୌର ପରିଷଦର ସମସ୍ତ ୱାର୍ଡ ମେମ୍ବର, ମିଶନ ଶକ୍ତି ଗୋଷ୍ଠୀ ଓ ପୌର ସଂସ୍ଥା ଅଧିକାରୀମାନଙ୍କୁ ତାଲିମ ଦେବା ତଥା ଦକ୍ଷତା ବିକାଶ କରାଇବା ନିମନ୍ତେ ରାଜ୍ୟ ସ୍ତରୀୟ ମୁକ୍ତା ସେଲ୍ ପକ୍ଷରୁ ରାଜ୍ୟ କୋଡ଼ିନେଟର ଶ୍ରୀ ମନୋରଞ୍ଜନ ମହାରଣା ଓ ଉପହାର ବେହେରା ଆସି ତାଲିମ ପ୍ରଦାନ କରିଥିଲେ । ଚଳିତ ଆର୍ଥିକ ବର୍ଷ ୨୦୨୩ – ୨୪ ନିମନ୍ତେ ଗୁଣପୁର ପୌର ପରିଷଦକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ କୋଟି ୩୪ ଲକ୍ଷ ଟଙ୍କା ୬୭ ପ୍ରକଳ୍ପ ନିମନ୍ତେ ମଞ୍ଜୁର କରାଯାଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମକୁ ପୌର ପରିଷଦର ଏମ୍.ଇ ଶ୍ରୀ ବିଶ୍ଵନାଥ ସାର୍କା ଓ ଗୁଣପୁର ପୌର ପରିଷଦ ଅନ୍ତର୍ଗତ ମୁକ୍ତା ଯୋଜନାର କନିଷ୍ଠ ଯନ୍ତ୍ରୀ ଶ୍ରୀ ରବୀନ୍ଦ୍ରନାଥ ଦାଶ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମିଶନ୍ ଶକ୍ତି ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ l