ଗୁମ୍ମା ବନ ବିଭାଗ ତରଫରୁ ଭ୍ରାମ୍ୟମାଣ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଦେବଗିରି ବନାଞ୍ଚଳ ପାରଳାଖେମୁଣ୍ଡି ବନଖଣ୍ଡ ଗୁମ୍ମା ବିଟ୍ ଗୁମ୍ମା ଅଞ୍ଚଳରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଆଇଜିସି ଯୋଜନା ପକ୍ଷରୁ ଭ୍ରାମ୍ୟମାଣ ଚାରା ବଣ୍ଟନ କାର୍ଯ୍ୟକ୍ରମ ଚାଲୁରହିଛି । ଜନ ସାଧାରଣଙ୍କୁ ଆଧାର କାର୍ଡ ପିଛା ୧ ଟଙ୍କା ଭାବଦରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୦ ଗୋଟି ବିଭିନ୍ନ ପ୍ରକାରର ଚାରା ଯଥା:- ଆମ୍ବ, ପଣସ, କାଜୁ, ଲେମ୍ବୁ, ଡାଳିମ୍ବ, ଅହଂଳା ଖୁଳି, ଶିଶୁଆ ଆଦି ଚାରା ବଣ୍ଟନ କରାଯାଉଛି । ଫରେଷ୍ଟର ଦିବାକର ଲେଙ୍କାଙ୍କ ସୂଚନା ଅନୁଯାୟୀ ୪୦ ହଜାର ଚାରା ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମକୁ ଫରେଷ୍ଟର ଦିବାକର ଲେଙ୍କା ପରିଚାଳନା କରିଥିବା ବେଳେ ବନ ରକ୍ଷୀ ମାଧୁରୀ ବେହେରା, ନିଲୁ ପାତ୍ର ,ପି.ଭେଙ୍କେଟେ ରାମାଣା ଓ ଅନ୍ୟାନ୍ୟ ବିଭାଗ କର୍ମଚାରୀ ସହଯୋଗ କରୁଛନ୍ତି ।