ଅନୁସନ୍ଧାନ ଭାରତ(ବ୍ୟୁର): ଜଗନ୍ନାଥ ପ୍ରସାଦ ବ୍ଳକ ସ୍ଥିତ ବିଡ଼ିପୁର ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ପରିସରରେ ଜାତୀୟ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି I ଏହି ଅବସରରେ ଏକ ଵୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷ ଡ଼.ରମଣୀ ରଞ୍ଜନ ମିଶ୍ର, ପରିଚାଳନା କମିଟି ସଭାପତି ଡ଼.ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ ଯୋଗ ଏହାର ଶୁଭାରମ୍ଭ କରିଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନାର ସମସ୍ତ କ୍ୟାଡଟ ଓ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଏନ.ସି. ସି ଅଧିକାରୀ କ୍ୟାପଟେନ ଦୀପକ କୁମାର ନାୟକ, ରେଡକ୍ରସ ଅଧିକାରୀ ବସନ୍ତ କୁମାର ସାଥପଥି, ଜାତୀୟ ସେବା ଯୋଜନା ଅଧିକାରୀ ସୁଧୀର କୁମାର ପଟନାୟକ, ସୁଶ୍ରୀ ସଂଗୀତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କରି ଥିଲେ I ଏହା ସହ ସିନିଅର ଅଣ୍ଡର ଅଫିସର ବିକାଶ ଗୌଡ଼, ଜୁନିଅର ଅଣ୍ଡର ଅଫିସର ପବିତ୍ର ରଣା, ଶିବାନନ୍ଦ ଜେନା ଓ ଶିବ ଶଙ୍କର ନାୟକ ପରିଚାଳନା କରିବାରେ।ସହଯୋଗ କରିଥିଲେ।