ମୁସଲମାନଙ୍କ ଭାଇଚାରା ପର୍ବ “ଇଦ ଉଲ ଜୁହା” ମହା ଆଡମ୍ବରରେ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରରେ ଅବସ୍ଥିତ ନୂଆସାହି ସ୍ଥିତ ଜାମା ମସଜିଦ ଗୃହ ଠାରେ ମୁସଲମାନ ସମ୍ପ୍ରଦାୟ ତରଫରୁ ଆନନ୍ଦ ଉଲ୍ଲାସରେ ଆଜି ଭାଇଚାରା ପର୍ବ “ଇଦ ଉଲ ଜୁହା” ପାଳନ କରା ଯାଇଛି l ଏହି ଉତ୍ସବ ଇବ୍ରାହିମ ଆଲେସଲାମଙ୍କ ସ୍ମୃତି ଚାରଣ ଉଦେଶ୍ୟରେ ପାଳନ କରାଯାଉଥିବା ସୂଚନା ରହିଛି I ମୌଲବୀ ମହମ୍ମଦ ନାସିରୁଦ୍ଧିନ ଆଜି ସକାଳ ୯ ଘଣ୍ଟିକା ସମୟରେ ନମାଜ ପାଠ କରିଥିଲେ I ଏଥିରେ ସ୍ଥାନୀୟ ଅଞ୍ଚଳର ସମସ୍ତ ମୁସଲମାନ ସମ୍ପ୍ରଦାୟର ଲୋକେ ନମାଜ ପାଠ ରେ ଯୋଗଦାନ ସହ ପରସ୍ପରଙ୍କୁ ଅଭିନନ୍ଦନ ଜଣେଇ ଥିଲେ I ଏହି ଅବସରରରେ ଆଲ୍ହାଙ୍କ ନିକଟରେ ଦେଶ ବାସୀଙ୍କ ମଧ୍ୟରେ ଭାଇଚାରା, ସଦଭାବନା ଶାନ୍ତି ବଜାୟ ରଖିବା ନିମନ୍ତେ ପ୍ରାର୍ଥନା କରିଵା ସହ ଜାମା ମସଜିଦର ସଭାପତି ମହମ୍ମଦ ଜାମିଲଙ୍କ ସହ ମହମ୍ମଦ ମଜିଦ, ମହମ୍ମଦ ହୁସେନ, ମହମ୍ମଦ ଇସଲାମ, ଅବଦୁଲ କରିମ, ଅବଦୁଲ ବାରୀଙ୍କ ସହ ଅନ୍ୟ ବହୁ ସଦସ୍ୟ ଅଞ୍ଚଳବାସୀଙ୍କୁ ହାର୍ଦ୍ଧିକ ଓ ଆନ୍ତରିକ ଅଭିନନ୍ଦନ ଜଣେଇଛନ୍ତି I