ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗିରିସୋଲା ଗ୍ରାମ ତଥା ବଙ୍କା ଗ୍ରାମ ପଞ୍ଚାୟତ ଅଞ୍ଚଳର ବିଶିଷ୍ଟ ସମାଜସେବୀ ପୂରୁଷୋତ୍ତମ ନାୟକଙ୍କ ପ୍ରତିମୃତ୍ତି ଗିରିସୋଲା ଗ୍ରାମ୍ୟରେ ସମାଜସେବୀ ଶ୍ରୀ ଅରୁଣ ମହାପାତ୍ରଙ୍କ ଦ୍ବାରା ଉନ୍ମୋଚନ ହୋଇଯାଇଛି । ଆଜିର ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବଙ୍କା ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀମତୀ ଶୁଭଶ୍ରୀ ନାୟକ, ସମିତି ସଭ୍ୟ ଶ୍ରୀ ପ୍ରଫୁଲ୍ଲ ଗୌଡ଼ଙ୍କ ସମେତ ଅଞ୍ଚଳ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପ୍ରତ୍ତିମୃତ୍ତିଟିକୁ ଉନ୍ମୋଚନ କରିଥିଲେ । ସ୍ବର୍ଗତ ପୂରୁଷୋତ୍ତମ ନାୟକ ଗ୍ରାମର ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟ, ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ନେଇ ଥିବା ବହୁ ପଦକ୍ଷେପ ଚିର ସ୍ମରଣୀୟ ହୋଇରହିଛି । ସେ ବିଭିନ୍ନ ସମୟରେ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପଦପଦବୀରେ ରହି ସମାଜର ଅନେକ ଉନ୍ନୟନ କାର୍ଯ୍ୟକ୍ରମରେ ସାମିଲି ହୋଇଛନ୍ତି । ଏହି ମହାନ ବ୍ୟକ୍ତିଙ୍କ ମହାନ ସ୍ମୃତିକୁ ବଙ୍କା ଗ୍ରାମ ପଂଚାୟତର ଅନେକ ଜନ ସାଧାରଣ ସ୍ମୃତି ପୀଠ ନିକଟରେ ଉପସ୍ଥିତ ରହି ସ୍ବର୍ଗତ ନାୟକ ଗୁଣ ଗାନ କରିଥିଲେ । ପ୍ରତ୍ତିମୃତ୍ତି ଉନ୍ମୋଚନ ସମୟରେ ତାଙ୍କ ପରିବାର ମଝିଆ ପୁଅ ସୁଶାନ୍ତ କୁମାର ନାୟକ, ସାନ ପୁଅ ବନବାସୀ ନାୟକ, ବୋହୂ ଝରଣା ନାୟକଙ୍କ ସମେତ ଝିଅ, ଜ୍ୱାଇଁ ନାତି ନାତୁଣୀମାନେ ମଧ୍ୟ ଉପସ୍ଥିତ ରହି ମହାନ ବ୍ୟକ୍ତିଙ୍କ ଗୁଣ ଗାନ କରିଥିଲେ ।