ଘୁ.ଉଦୟଗିରିରେ ବାହୁଡା ଯାତ୍ରା ଅନୁଷ୍ଠିତ, ବାହୁଡିଲେ ଦାରୁ ବ୍ରହ୍ମ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିରେ ନବ ଦିନାତ୍ମକ ଯାତ୍ରା ଶେଷ କରି ଆଜି ବାହୁଡ଼ା ଯାତ୍ରାରେ ବାହାରିଛନ୍ତି ମହାପ୍ରଭୂ । ଆଡପ ମଣ୍ଡପରୁ ଆଜି ବାହୁଡା ଯାତ୍ରାରେ ବାହାରିବା ପାଇଁ ରଥାରୁଢ଼ ହୋଇଛନ୍ତି ତିନି ଠାକୁର । ସ୍ୱତନ୍ତ୍ର ରୀତିନୀତି ପରେ ଟାହିଆ ଯାତ୍ରା ହେବା ସହିତ ପହଣ୍ଡି ହୋଇଛନ୍ତି ତିନି ଠାକୁର । ଛେରା ପହଁରା କରିବାକୁ କେ ରାମାରାଓ ପାତ୍ରକୁଂ ନିମନ୍ତ୍ରଣ କରିବା ପରେ ଛେରା ପହଁରା ହୋଇଥିଲା । ଶେଷରେ ତିନି ରଥକୁ ଟାଣି ଥିଲେ ଭକ୍ତ । ଶୁଭଦ୍ରା ରଥକୁ କେବଳ ମହିଳାମାନେ ଟାଣୁଥିବା ପରମ୍ପରା ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ମହିଳାମାନେ ଟାଣି ଥିଲେ ଶୁଭଦ୍ରାକଂ ରଥକୁ । ବାହୁଡା ଯାତ୍ରାକୁ ଶାନ୍ତି ଶ୍ରୁଖଂଳାରେ ସାରିବା ପାଇଁ ପରିଚାଳନା କମିଟି ତରଫରୁ ପ୍ରସ୍ତୁତି ବୈଠକ କରାଯିବା ସହିତ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଘୁ.ଉଦୟଗିରି ପୁଲିସ ସହିତ ଫରେଷ୍ଟ ଟ୍ରେନିଗଂ ସ୍କୁଲ ଛାତ୍ରମାନେ ଏଥିରେ ସହଯୋଗ କରିଥିଲେ । ପରିଚାଳନା କମିଟି ତରଫରୁ ସଭାପତି ବିନୋଦ ବିହାରୀ ଦାଶ, ଉପ ସଭାପତି ମନୋରଞ୍ଜନ ପତି, ସଂପାଦକ ଅରୁଣ କୁମାର ଷଡଗିଂ, କୋଷାଧଖ୍ୟ ଅଶୋକ କୁମାର ପାତ୍ର ସହିତ କାଳୁ ଚରଣ ପଣ୍ଡା, ସନ୍ତୋଷ ଆଚାର୍ଯ୍ୟ, ସଞ୍ଜୟ କୁମାର ଆଚାର୍ଯ୍ୟ, ରାଜେନ୍ଦ୍ର ମହାପାତ୍ର, ଅଶ୍ୱୀନି ପାତ୍ର, ମାନସ ପଣ୍ଡା, ମିଲୁ ପଣ୍ଡା , ଅଚ୍ୟୁତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଏହି ବହୁ ପୁରାତନ ରଥଯାତ୍ରା ଦେଖିବାକୁ ଆଖପାଖ ଅଂଚଳରୁ ବହୁ ଶ୍ରଧାଳୁକଂ ସମାଗମ ହୋଇଥିଲା ।