ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁ ସହର ନିକଟ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମ୍ମୁଖରେ ଥିବା ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପର ଏକ ବର୍ଷପୂର୍ତ୍ତି ଉପଲକ୍ଷେ ଏକ ବିପଦର ବନ୍ଧୁ ଓଡ଼ିଶା ଓ ପେଟ୍ରୋଲ ପମ୍ପ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଓ ବିଡିଓ ସୁବ୍ରତ କୁମାର ଜେନା ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ସିଇଓ ଜେ ବାବୁ, ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ମୁଖ୍ୟ ପରିଚାଳକ ନିମାଇଁ ଚରଣ ଗୌଡ଼, ବିପଦର ବନ୍ଧୁ ଓଡ଼ିଶାର ଉପଦେଷ୍ଟା ଗୌରହରି ପୋଲାଇ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ୯୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିପଦର ବନ୍ଧୁ ଓଡ଼ିଶାର ସଦସ୍ୟ ଚିନ୍ମୟ ପୋଲାଇ, ସରୋଜ ପାତ୍ର ଓ ରବିନ୍ଦ୍ର ପାଢୀ, ସ୍ୱଛାସେବୀ ଯୁବକ ଓ ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ କର୍ମଚାରୀମାନେ ସହଯୋଗ କରିଥିଲେ ।