ହିଞ୍ଜିଳି ଥାନାରେ ମୋବାଇଲ ମେଳା, ଚୋରି ମୋବାଇଲ ଫେରି ପାଇଲେ ଲୋକେ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୁଲିସ ତରଫରୁ ଶନିବାର ମାବାଇଲ ମେଳା’ ଆୟୋଜନ କରାଯାଇ ୧୮ ଜଣ ଅଭିଯୋଗକାରୀ ତଥା ପ୍ରକୃତ ମାଲିକମାନଙ୍କୁ ସେମାନଙ୍କର ଚୋରୀ ହୋଇଥିବା କିମ୍ବା ହଜିଯାଇଥୁବା ମୋବାଇଲ ଫୋନ ହସ୍ତାନ୍ତର କରାଯାଇଛି । ଉଦ୍ଧାର ହୋଇଥିବା ମୋବାଇଲ ଗୁଡିକ ମଧ୍ୟରୁ ୬ ଟି ମୋବାଇଲ ଗତ ମଈ ମାସ ୫ ତାରିଖ ରାତିରେ ପଳାସୀ ଗ୍ରାମ ଛକରେ ଲୂଟ ଘଟଣାର ଓ ୧୫ ଗୋଟି ମୋବାଇଲ ହିଞ୍ଜିଳିକାଟୁ ପରିବା ବଜାରରୁ ଚୋରୀ ମାମଲା ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୮ଟି ମୋବାଇଲ ହଜିଯାଇଥ୍‌ବାର ଅଭିଯୋଗକାରୀ ମାନେ ଅଭିଯୋଗ କରିଥିଲେ । ଏହି ପରି ହିଞ୍ଜିଳି ଥାନାରେ ୩୫ରୁ ଅଧିକ ମୋବାଇଲ ଉଦ୍ଧାର କରିଥିଲେ । ପ୍ରକାଶଯୋଗ୍ୟ ଯେ ତଦନ୍ତକାରି ଅଫିସରମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇ ତୁରନ୍ତ ଅପରାଧୀମାନଙ୍କୁ କାବୁ କରାଯାଇ ଏହିସବୁ ମୋବାଇଲ ଗୁଡିକ ଉଦ୍ଧାର କରାଯାଇଥିଲା I ମୋବାଇଲ ଗୁଡିକ ଫେରିପାଇବା ପରେ ସମସ୍ତ ବ୍ୟକ୍ତି ହିଞ୍ଜିଳି ପୁଲିସକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ପ୍ରକାଶଥାଉ କି, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବାର ଲକ୍ଷ୍ୟ ସହ ସେମାନଙ୍କର କ୍ଷତିଗ୍ରସ୍ତ ଚାରା କିମ୍ବା ହଜିଯାଇଥିବା ସାମଗ୍ରୀ ଉଦ୍ଧାର କରି ଫେରାଇବାପାଇଁ ହିଞ୍ଜିଳି ପୁଲିସର ଏହି ପ୍ରୟାସ ଜାରି ରହିବ ବୋଲି ହିଞିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ପ୍ରଦାନ କରିଛନ୍ତି ।