ଗୁଣପୁର ପୌର ପରିଷଦ କାର୍ଯ୍ୟାଳୟରେ ନୂତନ ସଫେଇ ଗାଡ଼ି ଓ ମଶା ମରା ଧୂଆଁ ଗାଡ଼ିର ଶୁଭାରମ୍ଭ…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ ଜିଲ୍ଲା ଗୁଣପୁର ପୌର ପରିଷଦ କାର୍ଯ୍ୟାଳୟ ଠାରେ ନୂତନ ସଫେଇ ଗାଡ଼ି ଓ ମଶା ମରା ଧୂଆଁ ଗାଡ଼ିର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଗୁଣପୁର ପୌରପରିଷଦର ଅଧକ୍ଷା ଶ୍ରୀମତୀ ମମତା ଗୌଡ, ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ (ସାନ) ଏବଂ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସତ୍ୟ ସମ୍ପୂର୍ଣା ରାଉତଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ସନ୍ଧ୍ୟା ରେ ନିକଟସ୍ଥ ଗ୍ରାମ ଦେବୀ ମନ୍ଦିରର ପୂଜକଙ୍କ ଦ୍ଵାରା ପୂଜାର୍ଚ୍ଚନା କରିବା ପରେ ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ ସବୁଜ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ । ପଞ୍ଚଦଶ କମିଶନ ଯୋଜନାରେ ମୂଲ୍ୟ ଟ ୭୨,୪୪,୦୦୦/- ଙ୍କା ଅଟକଳରେ ଗୁଣପୁର ପୌର ପରିଷଦରେ ରହିଥିବା ମୋଟ ୧୯ ଗୋଟି ୱାର୍ଡରେ ଅଳିଆ ଆବର୍ଜନା ଗ୍ରହଣ କରିବା ନିମନ୍ତେ ୫ ଗୋଟି ଗାର୍ବେଜ୍ ଟିପ୍ପର ଗାଡ଼ି ଓ ୧ ଗୋଟି ଗାର୍ବେଜ କେରି ଟିପ୍ପର ଗାଡ଼ି କ୍ରୟ କରାଯାଇଥିବା ଏବଂ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଯୋଜନାରେ ସହରରେ ମଶା ମରା ଧୂଆଁ ଗାଡ଼ି ନିମନ୍ତେ ଟ ୧୫,୩୯,୦୦୦/- ଙ୍କା ଅଟକଳରେ କ୍ରୟ କରାଯାଇଥିବା ସୂଚନା ମିଳିଛି । ପ୍ରତ୍ୟେକ ୱାର୍ଡକୁ ସଫା ସୁତୁରା ରଖିବା ନିମନ୍ତେ ପୌର ଅଧକ୍ଷାଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।