ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁ ପୌରପରିଷଦ ବିଜେଡି କାଉନସିଲରଙ୍କ ଦ୍ୱାରା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତ କର୍ମଚାରୀ, ରୋଗୀ ଓ ସମ୍ପର୍କୀୟଙ୍କୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ର ତୃତୀୟ ଲହରକୁ ଆଖି ଆଗରେ ରଖି ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ହିଞ୍ଜିଳିକାଟୁ ପୌରପରିଷଦର ୧୦ ଜଣ ଵିଜେଡି କାଉନସିଲର ଲୋକଙ୍କୁ ମାସ୍କ ବଣ୍ଟନ ସହ ନିଜର ସୁରକ୍ଷା ପାଇଁ ସଚେତନ କରାଇବା ସହ ମାସ୍କର ଉପକାରୀତା ସମ୍ପର୍କରେ ଵୁଝାଇଥିଲେ । କରୋନାକୁ ପ୍ରତିହତ କରିବା ପାଇଁ ସରକାର ଅଭିନଵ ପ୍ରୟାସ କରୁଛନ୍ତି I ତାହା ଆମ୍ଭେମାନେ ସହଯୋଗ କରିବାକୁ ପଡିବ ବୋଲି ଲୋକଙ୍କୁ ସଚେତନତା ସହ ନିବେଦନ କରିଛନ୍ତି କାଉନସିଲର ଗଣ । ଶେଷରେ ବିଜେଡି ସଭ୍ୟ ଓ ସଭ୍ୟାଙ୍କ ସହ ପ୍ରତିନିଧି ଦଳ ସୋମବାର ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ସମସ୍ୟା, ଆନୁସଙ୍ଗିକ ବ୍ୟବସ୍ଥା ବୁଲି ଦେଖୁଛନ୍ତି । ଏନେଇ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଅଧ୍ୟକ୍ଷା ଡଃ ପ୍ରତିଭା ପାତ୍ର, ଡଃଦୁର୍ଗାପ୍ରସାଦ ପଣ୍ଡା, ଡାକ୍ତର ମାଧବ ସାହୁ, ଡାକ୍ତର ତାପସ ରଞ୍ଜନ ସିଅ, ଡାକ୍ତର ସୋନାଲି ଗୁପ୍ତାଙ୍କ ସହ ଆଲୋଚନା କରିଥୁଲେ I ଏହି କାର୍ଯ୍ୟକ୍ରମକୁ ହିଞ୍ଜିଳିକାଟୁ ପୌରପରିଷଦ ସମସ୍ତ ବିଜୁ ଜନତା ଦଳର ସମସ୍ତ ସଭ୍ୟ ଓ ସଭ୍ୟାମାନେ ଉପସ୍ଥିତ ରହି ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିବା ଵେଳେ ଵିଜେଡିର ୧୦ ଜଣ କାଉନସିଲର ସରୋଜ କୁମାର ପଣ୍ଡା, କାଉନସିଲର ବିଭୁ ପ୍ରସାଦ ପଣ୍ଡା, କାଉନସିଲର ବସନ୍ତ ଵେହେରା, କାଉନସିଲର ବିଳାସିନୀ ମହାନ୍ତି, କାଉନସିଲର ରିନା ଗୌଡ, କାଉନସିଲର ସୁପ୍ରଭା ମହାରଣା, କାଉନସିଲର ସୁବାସ ଚନ୍ଦ୍ର ସାହୁ, କାଉନସୀଲର ରୁକ୍ମିଣୀ ବିଷୋୟୀ, କାଉନସିଲର ବବିତା ନାହାକ, କାଉନସିଲର ମଧୁସ୍ମିତା ବେହେରା ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।