ଲୋମଟା ପୁଟ ବ୍ଲକରେ ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ…

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜିଲ୍ଲା ଲମତାପୁଟ୍ ବ୍ଳକ୍ ଅନ୍ତର୍ଗତ ବିଚ୍ଛିନ୍ନା ଅଞ୍ଚଳର ବିଭିନ୍ନ ପ୍ରକଳ୍ପର ଶୁଭ ଦେଇଛନ୍ତି ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡ଼lଲ୍ l ବନମାଳୀପୁଟ୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେବ ଗନ୍ଧନାର ତାରିଣୀ ମନ୍ଦିର ଗର୍ଭଗୃହ ନିମନ୍ତେ ମଞ୍ଜୁର ହୋଇଥିବା ୫ ଲକ୍ଷ ଟଙ୍କାର ପ୍ରକଳ୍ପ ପାଇଁ ନଡ଼ିଆ ଭାଙ୍ଗି ଶୁଭ ଦେଇଛନ୍ତି ବିଧାୟକ ଶ୍ରୀ ପଡାଲ l ସେହି ପରି ବନମାଳୀପୁଟ ଶିବ ମନ୍ଦିର ରାସ୍ତା ନିମନ୍ତେ ମଞ୍ଜୁର ହୋଇଥିବା ୫ ଲକ୍ଷ ଟଙ୍କାର ପେବର୍ ବ୍ଳକ୍ ରାସ୍ତା ନିର୍ମାଣ ନିମନ୍ତେ ମଧ୍ୟ ମନ୍ଦିରର ପୂଜକଙ୍କ ପୂଜାର୍ଚ୍ଚନା ପରେ ଶୁଭ ଦେଇଥିଲେ ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡ଼ାଲ l ଉମ୍ବେଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉମ୍ୱେଲ ଗ୍ରାମର ଏସଡିସି ପାଣ୍ଠିରେ ନିର୍ମାଣ ହେବାକୁ ଥିବା ଝାଙ୍କର ଦେବତା ହୁଣ୍ଡିର ମଧ୍ୟ ବିଧାୟକ ଶୁଭ ଦେଇଥିଲେ l ବିଧାୟକଙ୍କ ବ୍ୟତୀତ ବ୍ଳକ ଅଧ୍ୟକ୍ଷ ତାପସ ଚାଲାଣ, ଏସଡିସି ସଦସ୍ୟ ରାମଚଂଦ୍ର ମାଝୀ, ସମାଜସେବୀ ମୁନା ଦଳପତି, ଇଶ୍ଵର ଆଲାଦ୍, ସମିତି ସଭ୍ୟ ଜଗନ୍ନାଥ୍ ହନ୍ତାଳ, ସରପଞ୍ଚ ଗୋରା ଜାନୀ, ଏଏଇ, ଜିପିଇଓ ସୁକାନ୍ତ ପାଣିଗ୍ରାହୀ, କନିଷଠଯନ୍ତ୍ରୀ ସରୋଜ ଜେନା, ପିଇଓ ବୃନ୍ଦ ଭଗଵାନ ଖିଲ ଓ ସୁବାଷ ଖିଲ, ପୁର୍ବତନ ସମିତି ସଭ୍ୟ ରମେଶ ବିଷୋୟୀ, ଭଗଵାନ ବିଷୋୟୀ, ମଧୁ ଖରା, ପିତମ ଖିଲ, ସୀମା ପାତ୍ର, ନାଗେସ ନାୟକ, ଦିଲୀପ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ l ଏହା ବ୍ୟତୀତ ବିଧାୟକ ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସହ ଆଲୋଚନା କରିଥିଲେ ଏବଂ ମହିଳା ଗୋଷ୍ଠୀମାନେ ଜଳ ଯୋଗାଣ ନିମନ୍ତେ ଦାବୀ କରିବାରୁ ୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ଏକ ମେଗା ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଅଛି I ଯାହା ଦ୍ୱାରା ଲମତାପୁଟ୍ ବ୍ଳକରେ ପ୍ରତ୍ୟେକ ପରିବାରକୁ ଜଳ ଯୋଗାଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ I