ଅନୁସନ୍ଧାନ ଭାରତ(ବ୍ୟୁର) : ଗଞ୍ଜାମ ଜିଲ୍ଲା ବୁଗୁଡା ଠାରେ ୧୯୮୯ ରେ ସ୍ଥାପିତ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ଦ୍ୱାରା ଗତ ୨୩.୪.୨୦୨୩ ଦିନ ପିପୁଲସ କଲେଜ ବୁଗୁଡା, ଗଞ୍ଜାମ ପରିସରରେ ପ୍ରତିଭା ସମ୍ବର୍ଦ୍ଧନା ସଭା ଏବଂ “ମୁଁ ବି ଜଣେ ଲେଖକ/ଲେଖିକା” ଶିର୍ଷକ ଆଲୋଚନାଚକ୍ର ଏବଂ ସମ୍ବର୍ଦ୍ଧନା ସଭା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ କୃତ୍ତିବାସ ବିଶ୍ବାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଯାଉଛି । ଶତାଧିକ ଛାତ୍ରୀ, ଛାତ୍ର ଯୋଗ ଦେଇଥିବା ଏହି କାର୍ଯ୍ୟକ୍ରମ ରେ ଡ.ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଉଦଘାଟକ, ଶ୍ରୀ ସୁଶାନ୍ତ ଦାସ, ମୁଖ୍ୟବକ୍ତା, ଶ୍ରୀ ରଜନୀକାନ୍ତ ଦାଶ, ମୁଖ୍ୟ ଅତିଥି, ଡ.କୃଷ୍ଣ ପ୍ରସାଦ ମହାପାତ୍ର ଏବଂ ଡ.ବନମାଳୀ ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ କବି ଶ୍ରୀ ସୁଶାନ୍ତ ଦାସ, ବ୍ରହ୍ମପୁର,ଡ.ସଞ୍ଜୟ କୁମାର ପ୍ରଧାନ, ମୋଟାବାଡ଼ି, ଡ.ପ୍ରଶାନ୍ତ କୁମାର ମହାପାତ୍ର,ବୁଗୁଡା, ଶ୍ରୀମତୀ ସଂଘମିତ୍ରା ରଥ, ବୁଗୁଡା, ଶ୍ରୀ ନନ୍ଦ କିଶୋର ପ୍ରଧାନ, ବାଉଁଶିଆ ନୂଆପଲ୍ଲୀ, ଶ୍ରୀ ଭାସ୍କର ରାଉତ, କଲରାପଦର, ଡ.ଅଶୋକ କୁମାର ଷଡ଼ଙ୍ଗୀ,ଗାଲେରୀ, ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ, ପଳାସପଲ୍ଲୀ, ଶ୍ରୀ ଶିଶିର କୁମାର ସ୍ୱାଇଁ, ଗାଙ୍ଗପୁର, ଶ୍ରୀମତୀ ନଳିନୀ ପ୍ରଭା ମିଶ୍ର, ମୁକୁନ୍ଦପୁର, ଶ୍ରୀ ଵିଜୟ ଚନ୍ଦ୍ର ପ୍ରଧାନ, କ୍ଷେତମୁଣ୍ଡାଳି, ଡ.ଗୁରୁମୂର୍ତ୍ତି ନାୟକ,ଭଞ୍ଜନଗର, ଶ୍ରୀ ଅମୂଲ୍ୟ କୁମାର ଦାଶ,ଆସିକା, ଶ୍ରୀ ଶ୍ରୀନିବାସ ପଣ୍ଡା, କବିସୂର୍ଯ୍ୟନଗର, ଶ୍ରୀ ସୁବାସ ଚନ୍ଦ୍ର ତାରିଣୀ, ତୁଳସୀପଲ୍ଲୀ, ଶ୍ରୀ ତ୍ରିନାଥ ବେହେରା, ବଡକୋଦଣ୍ଡା, ଶ୍ରୀ ଅଜିତ କୁମାର ତ୍ରିପାଠୀ,କୁଲାଡ, ଶ୍ରୀ ଶଙ୍କର୍ଷଣ ତ୍ରିପାଠୀ,କୁଲାଡ , ଶ୍ରୀ ହର ପ୍ରସାଦ ଦାଶ, ବୁଗୁଡା, ଶ୍ରୀ ଅମୀୟ ରଞ୍ଜନ ପଣ୍ଡା,ଭଞ୍ଜନଗର, ଶ୍ରୀ ସୁଦାମ ଦଳବରା, ତୁରୁମୁ, ଶ୍ରୀ ରାଜୀଵ ଲୋଚନ ପାଣିଗ୍ରାହୀ, ଆସିକା, ଶ୍ରୀ ରବି ନାରାୟଣ ମହାନ୍ତି, ଭଞ୍ଜନଗର ଏବଂ ଶ୍ରୀ ନିଳାଦ୍ରୀ ବିହାରୀ ମହାପାତ୍ର, ବୁଢ଼େଇଶୁଣି ପ୍ରମୁଖ କବି, ପ୍ରାବନ୍ଧିକ ଏବଂ ଗାଳ୍ପିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ସଭାପତି ଶ୍ରୀ କୃତ୍ତିବାସ ବିଶ୍ବାଳଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସମ୍ମିଳନୀ କୁ କାର୍ଯ୍ୟକାରୀ ସଭାପତି ଶ୍ରୀ ଗୌରୀପତି ଦାଶ, ସାଧାରଣ ସମ୍ପାଦକ ଡ.ଶ୍ୟାମା ପ୍ରସାଦ ମିଶ୍ର, ସହ ସମ୍ପାଦକ ଶ୍ରୀ ବୈଷ୍ଣବ ଚରଣ ଦାଶ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡ.ସଞ୍ଜୟ କୁମାର ପ୍ରଧାନ, ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ବୈଷୟିକ ଉପଦେଷ୍ଟା ଅଧ୍ୟାପକ ଶ୍ରୀ ଆତ୍ମପ୍ରକାଶ ନାୟକ ଏବଂ ସହ ସମ୍ପାଦିକା ଅଧ୍ୟାପିକା ସୁଶ୍ରୀ ସୁଜାତା ସିଂ ଏବଂ ସହ ସମ୍ପାଦକ ଶ୍ରୀ ବୈଷ୍ଣଵ ଚରଣ ଦାଶ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସହଯୋଗ କରିଥିଲେ । ମୁଁ ବି ଜଣେ ଲେଖକ/ଲେଖିକା କାର୍ଯ୍ୟକ୍ରମ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ରେ ଆୟୋଜନ କରିବାପାଇଁ ନିଷ୍ପତି ନିଆଯାଇଥିବା ବିକ୍ଷିପ୍ତା ର ସାଧାରଣ ସମ୍ପାଦକ ଡ.ଶ୍ୟାମା ପ୍ରସାଦ ମିଶ୍ର ଜଣାଇଛନ୍ତି । ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଆନ୍ତ ଜିଲ୍ଳା *ମୁଁ ବି ଜଣେ ଲେଖକ/ଲେଖିକା* କାର୍ଯ୍ୟକ୍ରମ ଗ୍ରୀଷ୍ମ ଅବକାଶ ପରେ ଭଞ୍ଜନଗର ନିକଟସ୍ଥ ବଡକୋଦଣ୍ଡା ଠାରେ ଅନୁଷ୍ଠିତ କରାଯିବା ସମ୍ପର୍କୀୟ ଘୋଷଣା କରାଯାଇଥିଲା । ଆଗାମୀ ବଡକୋଦଣ୍ଡା ଅଧିବେଶନରେ ବିକ୍ଷିପ୍ତାର ଗଞ୍ଜାମ ଜିଲ୍ଲାର ୫ ଜଣ, ନୟାଗଡ଼ ଜିଲ୍ଲାର ୮ ଜଣ, କନ୍ଧମାଳ ଜିଲ୍ଲାର ୫ ଜଣ ଏବଂ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ୨ ଜଣ ସଦସ୍ୟା/ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯିବ ।