ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ଦଣ୍ଡ କାଳୀଙ୍କ ଦଣ୍ଡ ଯାତ୍ରା ୨୧ ଦିନିଆ ଦଣ୍ଡ ଯାତ୍ରା ମେରୁ ପର୍ବ ଉଦ୍ ଯାପିତ ହୋଇଯାଉଛି । ହିଞ୍ଜିଳିକାଟୁରେ ଥିବା ଦୁଇ ଗୋଟି ଦଣ୍ଡ ଯାତ୍ରା ଦଳ ବଡ ପୁଞ୍ଜା ଓ ସାନ ପୁଞ୍ଜାର ମେରୁ ପଡିଆ, ତାରାତାରିଣୀ ରୋଡ କେନାଳ ରୋଡ ଓ ଵନ୍ଧହୁଡା ସାହି ଜନ ସମୁଦ୍ର ହୋଇପଡିଛି । ଏହି ଯାତ୍ରାରେ ଲକ୍ଷାଧିକ ଜନ ସମାଗମ ହୋଇଛି । ମା ଦଣ୍ଡ କାଳୀଙ୍କ ଆଶିର୍ବାଦ ଭିକ୍ଷା ଲାଗି ଶହ ଶହ ସଂଖ୍ୟାରେ ମହିଳାମାନେ ପ୍ରଚଣ୍ଡ ଖରାରେ ପୋଖରୀ ତୋଠରେ ଅଧିଆ ପଡିଛନ୍ତି । ଏହି ଅଧିଆ ପଡିଲେ ନିଜ ନିଜର ମନସ୍କାମନା ପୁରଣ ହେବା ସହ ଫଳ ପ୍ରାପ୍ତ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଦଣ୍ଡ ଯାତ୍ରା ଆରମ୍ଭ ଦିନ ଭଳି ଶେଷ ସଂଙ୍କରାନ୍ତି ଦିନ ଦଣ୍ଡୁଆମାନେ ହାତରେ ପିଛଂମୁଠା, ବାନା ଧରି, ଢୋଲ ମହୁରୀ ବଜାଇ ଗ୍ରାମ ପରିକ୍ରମା କରିଥିଲେ । ପ୍ରତ୍ୟେକ ଘର ସମ୍ମୁଖରେ ଧୁପ ଦ୍ୱୀପ, ନୈବେଦ୍ୟ ଓ ପୁର୍ଣକୁମ୍ଭ ସ୍ଥାପନ କରି ପୂଜା କରାଯାଏ । ଗ୍ରାମ ପରିକ୍ରମା କରିବା ପରେ ମନ୍ଦିର ସମ୍ମୁଖରେ ଧୁଳିଦଣ୍ଡ, ଓ ପରେ ପୋଖରୀ ମଧ୍ୟରେ ଜଳଦଣ୍ଡ କରିଥିଲେ । ଜଳଦଣ୍ଡ ପରେ ମେରୁକୁଣ୍ଡରେ ହୋମ ସମାପନ ପରେ ପାଟଦଣ୍ଡୁଆଙ୍କୁ ମେରୁ ଖୁଣ୍ଟରେ ଲଟକାଇ ପୁଜା କରାଯାଏ । ସେଠାରେ ବହୂ ଭକ୍ତ ନଡିଆ କଦଳୀ ଖଜୁରୀ କୋଳି ଆମ୍ବ ପୁଜା କରି ଘରକୁ ଫେରିଥାନ୍ତି । ପୁଲିସ ପ୍ରଶାସନ ପକ୍ଷରୁ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଆଇନ ସୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ଲାଗି ସହରର ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ ରହିଛନ୍ତି । ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରେ ଦଣ୍ଡ ଓ ମେରୁ ଯାତ୍ରା ଅନୁଷ୍ଟିତ ହୋଇଥିଲା । କେତେକ ସ୍ଥାନରେ ମାସନ୍ତ ମେରୁ ହୋଇଥିବା ବେଳେ ଅଧିକାଂଶ ସଂଙ୍କରାନ୍ତି ଦିନ ମେରୁ ଊତ୍ସବ ପାଳନ ସହ ଉଦଯାପିତ ହୋଇଯାଇଛି। । ଅନୁରୂପ ଭାବେ ହିଂଜିଳିକାଟୁ ବ୍ଳକ ଅନ୍ତର୍ଗତ ବୁରୁପଡ଼ା, ମକରଝୋଳ, ସମରଝୋଳ, ଖଣ୍ଡରା, ସାରୁ, ଆଲପୁର, ପୋଚିଲିମା, ବେଲଗାଁ ପ୍ରମୁଖ ଗ୍ରାମ ଗୁଡ଼ିକରେ ମହାବିଷୁବ ସଂକ୍ରାନ୍ତିରେ ଦଣ୍ଡଯାତ୍ରା ସମାପ୍ତ ହୋଇଯାଇଛି ।