ଭଞ୍ଜନଗର ଠାରେ ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ତରଫରୁ ଉତ୍କଳ ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ତରଫରୁ ଶନିବାର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରେ ଉତ୍କଳ ଦିବସ ପାଳନ ସହ ଅଧ୍ୟାପିକା ରୋଜାଲିନ ମହାରଣାଙ୍କ ଦ୍ଵାରା ଲିଖିତ ପୁସ୍ତକ ପ୍ରଧାନ ସେବକ ଉନ୍ମୋଚିତ ହୋଇଯାଇଛି ।  ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ରଞ୍ଜନ ରାୟ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପୁସ୍ତକ ପ୍ରଧାନ ସେବକକୁ ଉନ୍ମୋଚିତ କରିଥିଲେ । ଏଥିସହ ଉତ୍କଳ ଦିବସ ସମ୍ପର୍କରେ କହିଥିଲେ । ଭଞ୍ଜନଗର ବିଡିଓ ଶଶୀଭୂଷଣ ମହାପାତ୍ର, ତହସିଲଦାର ଅଚ୍ୟୁତାନନ୍ଦ ଜାନି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡଃ କମ୍ଭୁପାଣି ସାମନ୍ତ ମୁଖ୍ଯବକ୍ତା ଭାବେ ଯୋଗ ଦେଇଥିଲେ ।  ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡଃ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ଲେଖିକା ରୋଜାଲିନ ମହାରଣା ପ୍ରମୁଖ ସ୍ଵତନ୍ତ୍ର ଅତିଥି ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଗଣ ଯୋଗାଯୋଗ ବିଭାଗ ଛାତ୍ରୀ ମାମାଲି ନାୟକ, ପୂଜା ପାତ୍ର ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଅଧ୍ୟାପିକା ସୁଜାତା ସିଂ ସଭାକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ ଧନ୍ୟବାଦ ପ୍ରଦାନ କରିଥିଲେ । ସମ୍ପାଦକ ବାବୁଲା ପ୍ରଧାନ, ଅଧ୍ୟାପକ ବିଜୟ ମଲ୍ଲିକ, ଆଦିତ୍ୟ ଜେନା, ଛାତ୍ରୀ ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ସାଗରିକା ସ୍ୱାଇଁ, ଦୀପ୍ତି ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।