ପୁରାତନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଭିନ୍ନ ଯୋଜନାରେ ନିର୍ମାଣ ହେଉଛି ଅନାବଶ୍ଯକ ଘର ମାଳ ମାଳ, ହେଲେ ନାହିଁ ଯାତ୍ରୀଙ୍କ ପାଇଁ ବିଶ୍ରାମ ଗାର…
ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବହୁ ପୁରାତନ ସହର ସହ ବହୁ ପୁରାତନ ବିଜ୍ଞାପିତ ଅଞ୍ଚଳ ପରିଷଦ । ୧୯୭୯ ମସିହାର ଏହି ସର୍ବ ପୁରାତନ ଏନଏସି ଗଠିତ ହୋଇଥିଲା । କିନ୍ତୁ ଏନଏସି ହେବା ପରଠାରୁ ଯେଉଁ ହାରରେ ବିକାଶ ହେବା କଥା ତାହା ହୋଇନ ଥିବା ସାଧାରଣ ଜନତା କହିଛନ୍ତି । ସାଧାରଣତଃ ଅତ୍ଯାଆବଶ୍ଯକ ହେଉଥିବା ଯାତ୍ରୀ ବିଶ୍ରାମ ଗାର ନିର୍ମାଣ ହୋଇପାରି ନାହିଁ I ଯାହାକି ଘୁ.ଉଦୟଗିରି ଏନଏସିର ବିକାଶ ଜଳଜଳ ହୋଇ ଦେଖା ଯାଉଛି ବୋଲି ଅଂଚଳରେ ମତ ପ୍ରକାଶ ପାଇଛି I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନାବଶ୍ଯକ ପରିଚୟ ଗ୍ରୁହ, କମୁନିଟି ସେଣ୍ଟର ଭଳି ମାଳ ମାଳ ଘର ଅନୁପଯୁକ୍ତ ସ୍ଥାନରେ ନିର୍ମାଣ କରାଯିବା ସହ ବ୍ଯବହାର ହେଉନଥିବା ରାସ୍ତାରେ ଆଲେକମାଳାରେ ସଜିତ ଓ ଫେବରବ୍ଲକ ବିଛା ଯାଉଛି । ଅଥଚ ସହରରେ ଯାତ୍ରୀଟିଏ ଠିଆ ହେବାକୁ ଯାଗା ନାହିଁ । ଖରା ବର୍ଷାରେ ରକ୍ଷା ପାଇବା ପାଇଁ ଯାତ୍ରୀଙ୍କ ପାଇଁ ବିଶ୍ରାମ ଗାରଟିଏ ନାହିଁ । ଯାତ୍ରୀ ବିଶ୍ରାମ ଗାର ଟିଏ ନଥିବା କାରଣରୁ ରାତି ଅଧରେ ମହିଳା ଯାତ୍ରୀ ସହରରେ ଓହ୍ଲାଇବାକୁ ସୁରକ୍ଷିତ ମଣୁନ ଥିବା ଅଞ୍ଚଳ ବାସୀ କହିଛନ୍ତି। ଖରା ବର୍ଷା ହେଲେ ଯାତ୍ରୀଙ୍କୁ ଲଗେଜ ରଖିବା ସହିତ ପରିବାର ଲୋକଙ୍କୁ ୟା ତା ଦୋକାନ ବାରଣ୍ଡାରେ ମୁଣ୍ଡ ଗେଞିବାକୁ ପଡେ । ବେଳେ ବେଳେ ଯାତ୍ରୀଙ୍କୁ ବ୍ଯବସାୟୀଙ୍କ ଆକ୍ରୋଶର ଶିକାର ହେବାକୁ ପଡେ । ଯାହା କି ଲଜ୍ଯାର ବିଷୟ ବୋଲି ସ୍ଥାନୀୟ ବାସୀନ୍ଧା କହିଛନ୍ତି ।
ପ୍ରଶ୍ନ ଉଠୁଛି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପଯ୍ଯାପ୍ତ ପରିମାଣରେ ଅନୁଦାନ ଥିବାବେଳେ ଯାତ୍ରୀ ମାନଙ୍କ ବିଶ୍ରାମ, ସୁରକ୍ଷା, ଖରା ବର୍ଷାରୁ ରକ୍ଷା କରିବା ଭଳି ଯାତ୍ରୀ ବିଶ୍ରାମ ଗାର ଭଳି ଅତ୍ଯାବଶ୍ଯକ ବ୍ଯବସ୍ଥାକୁ ଗୁରୁତ୍ବ ନଦେବା ଏନଏସିର ଅପାରଗତା ଏବଂ ଦୂର ଦ୍ରୁଷ୍ଟିର ଅଭାବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଇଛି I ଜରୁରୀ ନଥିବା ଯୋଜନାରେ କୋଟି କୋଟି ଖର୍ଚ୍ଚ କରାଯାଉଥିବା ବେଳେ ନିହାତି ଆବଶ୍ଯକ ଥିବା ବିଶ୍ରାମ ଗାର ନହୋଇ ପାରିବାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଜନତା । ଆଜିର ଦିନରେ କମ ଖର୍ଚ୍ଚରେ କମ ଜାଗାରେ ବିଭିନ୍ନ ମଡେଲର ଆକର୍ଷଣୀୟ ରେଷ୍ଚ ସେଡ ନିର୍ମାଣ କରାଯାଇ ପାରୁଥିବା ବେଳେ ଆଜି ପର୍ଯ୍ୟନ୍ତ ବିଶ୍ରାମ ଗ୍ରାର ନିର୍ମାଣ ନହେବା ଦୁଖର ବିଷୟ ହୋଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା I ଏଦିଗରେ ଜିଲ୍ଲା ପ୍ରସାଶନ, ରାଜନୈତିକ ଦଳ ଗୁରୁତ୍ବ ନଦେବା ପରିତାରର ବିଷୟ ହୋଇଛି। ତେଣୁ ଯାତ୍ରୀ ମାନକଂ ସମସ୍ଯାକୁ ଗୁରୁତ୍ବ ଦେବା ସହିତ ଏକ ସୁରକ୍ଷିତ, ସ୍ୱଛ, ଆନୁଷଙ୍ଗିକ ବ୍ଯବସ୍ଥା ଥିବା ପକ୍କା ବିଶ୍ରାମ ବ୍ଯବସ୍ଥା ଶିଘ୍ର ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି I