ଅନୁସନ୍ଧାନ ଭାରତ(ବ୍ୟୁର): ନୂତନ ଜାତୀୟ ଶିକ୍ଷାନୀତି 2020 ଅନ୍ତର୍ଗତ ଏଫ୍.ଏଲ୍.ଏନ୍ କାର୍ଯ୍ୟକ୍ରମ ନିମିତ୍ତ ପ୍ରଥମରୁ ତୃତୀୟ ଶ୍ରେଣୀର ଶିକ୍ଷାର୍ଥୀଙ୍କୁ ପଢାଉଥିବା ତଥା ପ୍ରାଥମିକ ଶ୍ରେଣୀ ନିମିତ୍ତ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିମିତ୍ତ ପ୍ରାରମ୍ଭ ତାଲିମ ଶିବିର ସାରା ରାଜ୍ୟରେ ଚାଲୁ ରହିଛି I ସେହି କ୍ରମରେ ପ୍ରଥମ ଫେଜରେ ଭଞ୍ଜନଗରରେ ଚାଲିଥିବା ଚାରିଗୋଟି ତାଲିମ ଶିବିର ଉଦଯାପିତ ହୋଇଯାଇଛି I ୟୁ.ବି ହାଇସ୍କୁଲ ଓ ଡି.ବି ଗମେଣ୍ଟ ଗାର୍ଲସ ହାଇସ୍କୁଲରେ ହୋଇଥିବା ଏହି ଚାରିଗୋଟି ତାଲିମ ଶିବିରରେ ଦୁଇ ଶହ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ନେଇଛନ୍ତି I ତାଲିମ ଶିବିରରେ ଜାତୀୟ ଶିକ୍ଷାନୀତି ୨୦୨୦, ଏଫ୍.ଏଲ୍.ଏନ୍, ବିଦ୍ୟା ପ୍ରବେଶ, ଗଣିତ କଳିକା ଆନ୍ଦୋଳନ ଭଳି କିଛି ନୂତନ ବିଷୟ ବସ୍ତୁ ସମେତ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାରେ C-R-A ପ୍ରଣାଳୀ ଅନୁସରଣ ଭଳି କିଛି ଗୁରୁତ୍ବପୂର୍ଣ୍ଣ ଧାରଣା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଦାନ ସହ ପିଲାଙ୍କୁ କିପରି ନାଚ, ଗୀତ, ଚିତ୍ରାଙ୍କନ ଓ ନାନା ସହ ଶୈକ୍ଷିକ କାର୍ଯ୍ୟାବଳୀ ମାଧ୍ୟମରେ ବିଦ୍ୟାଳୟକୁ ଆକୃଷ୍ଟ କରାଯିବ ଏବଂ ଶିକ୍ଷାଦାନ କରାଯିବ ସେ ସମ୍ବନ୍ଧରେ ଏହି ତାଲିମରେ ଧାରଣା ପ୍ରଦାନ କରାଯାଇଛି I ଏହି ତାଲିମରେ ତାଲିମଦାତା ରୂପେ ନିୟୋଜିତ ଥିଲେ ଡି.ଆର୍.ଜି ଶଙ୍କର୍ଷଣ ତ୍ରୀପାଠୀ, ଉମାକାନ୍ତ ମିଶ୍ର, ରାମ ପ୍ରସାଦ ମିଶ୍ର, ବଳରାମ ଦାଶ, ନେତାଜୀ ବିଷୋୟୀ, ପ୍ରଦୀପ କୁମାର ଶାସମଲ, ସି.ଆର୍.ସି.ସି ତ୍ରିନାଥ ବେହେରା, ମୋହନ ସାହୁ, ବିଭୁପ୍ରସାଦ ମହାପାତ୍ର, ବୃନ୍ଦାବନ ସେଠୀ, ସନ୍ତୋଷ କୁମାର ସାହୁ, ମନୋଜ କୁମାର ପାଳ, ସୁନଲ ପାଣି, ଦେବୀ ପ୍ରସାଦ ଦାସ, ମନୋଜ ଗୌଡ ପ୍ରମୁଖ I କାର୍ଯ୍ୟକ୍ରମକୁ ବି.ଇ.ଓ ଏସ୍ ଧନଞ୍ଜୟ, ଏବି.ଇ.ଓ ସୂର୍ଯ୍ୟ ନାୟକ, ନେତାଜୀ ବିଷୋୟୀ, ଜୋତ୍ସା ଦେବୀ ପ୍ରମୁଖଙ୍କ ତତ୍ବାବଧାନରେ ପରିଚାଳନାର ତଦାରଖ କରାଯାଇଥିବା ବେଳେ ତାଲିମ ଶିବିରକୁ ପରିଚାଳନା କରୁଥିବା ବି.ଆର୍.ଟି ଅନିଲ ମୁଦୁଲି, ଚିନ୍ମୟ ଦାସ, ସନ୍ତୋଷ ଶାସମଲ, ସୁଧିର ପାଣିଗ୍ରାହୀ ପ୍ରମୁଖ ସମସ୍ତ ସପୋର୍ଟିଂ ଷ୍ଚାପ ଉପସ୍ଥିତ ରହି ସହଯୋଗ କରିଥିଲେ I ଶେଷରେ ସମସ୍ତ ତାଲିମ ଗ୍ରହଣକାରୀଙ୍କୁ ତାଲିମ ସମାପ୍ତ କରିଥିବା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା I