ବସ୍ତିଙ୍ଗିଆ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷାଙ୍କ ପରିଦର୍ଶନ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତ ଠାରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ କନ୍ଧମାଳ ଜିଲ୍ଲାର ଉପାଧ୍ୟକ୍ଷା ଶ୍ରୀମତୀ ନଳିନୀ କହଁର ପରିଦର୍ଶନରେ ଯାଇଥିଲେ। ସେଠାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବିଦ୍ୟାଳୟ ର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଉପାଧ୍ୟକ୍ଷା ବିଦ୍ୟାଳୟର ବିଭିନ୍ନ ସମସ୍ୟା ଥିବା ଅନୁଧ୍ୟାନ କରିଥିଲେ l ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରାୟ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ପିଲାମାନେ ପଢୁଛନ୍ତି । କିନ୍ତୁ ଦୁଃଖର ବିଷୟ ବିଦ୍ୟାଳୟ ରେ ପିଲାମାନଙ୍କୁ ରହିବା ପାଇଁ ଘରଟିଏ ବି ନାହିଁ । ପିଲାମାନେ ଯୋଉଠି ରହୁଛନ୍ତି ସେଗୁଡିକ ବହୁତ ଛୋଟ ଛୋଟ ରୁମ ହୋଇଥିବାରୁ ବହୁତ ଅସୁବିଧା ହେଉଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ । ଅଧିକାଂଶ ପିଲାମାନେ ତାଙ୍କର ଭୋଜନାଳୟରେ ରହିଥିବାର ଦେଖିବାକୁ ମିଳିଛି । ସରକାରଙ୍କ ଏତେ ଯୋଜନା ପରେ ବି ଆଦିବାସୀ ଛାତ୍ରଛାତ୍ରୀ ପିଲାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି। ବର୍ତ୍ତମାନ ବିଦ୍ୟାଳୟର ଅବସ୍ଥା ବି ବହୁତ ଖରାପ ଅଛି I ଶ୍ରେଣୀ ଗୃହ ଛାତ ଗୁଡ଼ିକ ମଧ୍ୟ ବିଭିନ୍ନ ସ୍ଥାନ ରେ ଫାଟି ଯାଇଛି l ତେଣୁ ଛାତ୍ରଛାତ୍ରୀମାନେ ଭୟଭିତ ଥିବା କହିଛନ୍ତି । ଏହି ସମସ୍ତ ବିଷୟରେ ଶିକ୍ଷା ବିଭାଗକୁ ଅବଗତ କରି ବିଦ୍ୟାଳୟ ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରିବେ ବୋଲି ଶ୍ରୀମତୀ କହଁର କହିଥିଲେ l