ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗାମୁଣ୍ଡି ଠାରେ ଚଳିତ ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳନ କରାଯାଇଅଛି । ମୁଖ୍ୟ ଅତିଥି ଭାବେ ସୂଚନା ଲୋକ ସଂପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଯୋଗଦେଇ କରକମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପାଠପଢା ସହିତ ସମାଜ ନିମନ୍ତେ ଆଦର୍ଶ ଛାତ୍ର ଟିଏ ହେବାପାଇଁ ଶିକ୍ଷାର୍ଥୀମାନଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟ ବକ୍ତା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନେତାଜୀ ବିଷୋୟୀ ସାର୍ ସଂପ୍ରତି ଶିକ୍ଷାଦାନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ମତାମତ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସରକାରୀ ଓକିଲ ଶ୍ରୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ପୂର୍ବତନ ସରପଞ୍ଚ ଇଂ ଲିଙ୍ଗରାଜ ପ୍ରଧାନ, ସଂପ୍ରତି ସରପଞ୍ଚ ଶ୍ରୀ ଉଦ୍ଧବ ମିଶ୍ର, ସ୍ଥାନୀୟ କ୍ଲଷ୍ଟରର ସି.ଆର.ସିସି ସନ୍ତୋଷ କୁମାର ସାହୁ, ସି ଆର ସି ସି ଦେବୀ ସାର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ରତ୍ନପ୍ରଭା ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଡିହ ପଢାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ ସ୍ବାଇଁ ସାର୍ ଆକର୍ଷଣୀୟ ମଞ୍ଚ ପରିଚାଳନା କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ରଞ୍ଜୁଲତା ବେହେରା ବାର୍ଷିକ ବିବରଣୀ ପଠନ କରିବା ସହିତ ଶିକ୍ଷକ ନିର୍ମଳ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସୂର୍ଯ୍ୟନାରାୟଣ ମହାରଣା, ମାନସ କୁମାର ପ୍ରହରାଜ, ଶିକ୍ଷୟିତ୍ରୀ ନନ୍ଦିନୀ ଶତପଥୀ, ପାର୍ବତୀ ପାତ୍ରଙ୍କ ଶୃଙ୍ଖଳିତ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସଂପାଦନା ହୋଇଥିଲା । କୁନି କୁନି ଛାତ୍ରଛାତ୍ରୀମାନଙ୍କର ୨୦ରୁ ଉର୍ଦ୍ଧ୍ବ ନୃତ୍ୟ ପରିବେଷଣ କରି ଜନମାନସକୁ ଜିଣିଥିଲେ ।