ସୌମ୍ୟରଞ୍ଜନ ପୁଣି ଥରେ ହିଞ୍ଜିଳିକାଟୁ ପୌରାଞ୍ଚଳ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ମନୋନୀତ….

ଅନୁସନ୍ଧାନ ଭାରତ(ବ୍ୟୁର): ଦୁଇ ବର୍ଷ ପରେ ବିଜୁ ଛାତ୍ର ଜନତା ଦଳର ସାଙ୍ଗଠନିକ ପୁନଃର୍ବିନ୍ୟାସ କ୍ରମରେ ବିଜୁ ଛାତ୍ର ଜନତା ଦଳର ହିଞ୍ଜିଳିକାଟୁ ପୌରାଞ୍ଚଳ ସଭାପତି ଭାବରେ ସୌମ୍ୟରଞ୍ଜନ ପଟ୍ଟନାୟକ ପୁନଃ ମନୋନୀତ ହୋଇଛନ୍ତି । ଦଳର ବହୁ ଗୁରୁତ୍ତ୍ୱପୂର୍ଣ୍ଣ ପଦ ପଦବୀ ପାଇଁ ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ମନୋନୟନ ପ୍ରକାରେ ହିଞ୍ଜିଳିକାଟୁ ପୌରାଞ୍ଚଳ ଛାତ୍ର ବିଜେଡ଼ିର ଦାୟିତ୍ଵ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି । ବିଗତ ଦୁଇ ବର୍ଷରେ ତାଙ୍କ ଉତ୍ତମ ସାଙ୍ଗଠନିକ ଦକ୍ଷତା ଓ ନେତୃତ୍ବକୁ ଦୃଷ୍ଟିରେ ରଖି ତାଙ୍କୁ ପୁଣିଥରେ ଏହି ଦାୟିତ୍ଵ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ଛାତ୍ର ଜୀବନରୁ ସେ ରାଜନୈତିକ ପୃଷ୍ଠଭୂମି ସହ ସଂଶ୍ଳିଷ୍ଟ ଅଛନ୍ତି । ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ର ସଂସଦର ସଭାପତି ଭାବରେ ନିର୍ବାଚନ ଲଢି ସେ ବେଶ ଚର୍ଚ୍ଚା ସାଉଁଟି ପାରିଥିଲେ । ସେହିପରି ବିଜୁ ଛାତ୍ର ଜନତା ଦଳର ସଭାପତି ହେବା ପରେ ମଧ୍ୟ ସେ ନିଜ ଦାୟିତ୍ୱକୁ ସୁଚାରୁ ଭାବରେ ସମ୍ପାଦନ କରିବା ସହ ବିଭିନ୍ନ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ନିଜ ଭୂମିକା ନିଭାଇ ଚାଲିଛନ୍ତି । ଗତ ପୌର ନିର୍ବାଚନରେ ମଧ୍ୟ ତାଙ୍କ ନେତୃତ୍ଵରେ ସ୍ଥାନୀୟ ଅଞ୍ଚଳର ଅନେକ ଯୁବକ ଓ ଛାତ୍ର ବିଜେଡିରେ ସାମିଲ ହେବା ବିଜେଡ଼ି ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା । ପୁଣି ଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଏହି ଗୁରୁଦାୟିତ୍ଵ ପ୍ରଦାନ କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେହିପରି ରାଜ୍ୟ ଓ ସ୍ଥାନୀୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇବା ସହ ସ୍ଥାନୀୟ ଅଞ୍ଚଳରେ ବିଜୁ ଜନତା ଦଳକୁ ସୁଦୃଢ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।