ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ସ୍ଥିତ ମାଲିକା ପଡ଼ି ଗ୍ରାମପଞ୍ଚାୟତରେ ଅବସ୍ଥିତ ମାଲିକା ପଡ଼ି ବାପଟିସ୍ଟ ମଣ୍ଡଳୀ (ମାତୃ ମଣ୍ଡଳୀ)ର ଉଦଯୋଗୀ ସମିତି ପକ୍ଷରୁ ମୁର୍ଷ ହେଡ ମେମୋରିଆଲ ହସ୍ପିଟାଲ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫା ସୁତୁରା କରାଯିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଇଛି I
ଏହି କାର୍ଯ୍ୟକ୍ରମରେ ପାଳକ ଆଚାର୍ଯ୍ୟ ସୁବୋଧ ପରିଚ୍ଛା, ମାଲିକା ପଡ଼ି ବାପଟିସ୍ଟ ମଣ୍ଡଳୀର ଉଦଯୋଗୀ ସମିତିର ସଭାପତି ପ୍ରଭାତ ଚନ୍ଦ୍ର ପ୍ରଧାନ, ଉପସଭାପତି ଅଂକୁର ନାୟକ, ସଂଜୀବ ନାୟକ, ସମ୍ପାଦକ କୃତାର୍ଥ ନାୟକ, ସହସମ୍ପାଦକ ଜନୀ ନାୟକ, ବିଜେତା ପ୍ରଧାନ, କୋଷଦକ୍ଷ ଅଶାନିଦ୍ଧି ନାୟକଙ୍କ ସମେତ ବହୁ ଯୁବକ ଓ ଯୁବତୀ ଯୋଗ ଦେଇଥିଲେ I ମାଲିକା ପଡ଼ି ବାପଟିସ୍ଟ ମଣ୍ଡଳୀର ଉଦଯୋଗୀ ସମିତିର ଏହି କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ I ଆଗାମୀ ଦିନରେ ମଧ୍ୟ ଉଦଯୋଗୀ ସମିତି ପକ୍ଷରୁ ଏହି ପରି କାର୍ଯ୍ୟକ୍ରମ କରାଯିବ ବୋଲି ସମିତିର ସଭାପତି ପ୍ରଭାତ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି I