୫ କେଜି ଚାଉଳ ହକ ପାଇଁ ରାଜରାସ୍ତାକୁ ଓଲ୍ହାଇଲା ଗୁଣୁପୁର ବିଜେଡି…..

ଅନୁସନ୍ଧାନ ଭାରତ(ବ୍ୟୁର): ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୁଣପୁର ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ଗରିବ ପରିବାରକୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣ ବନ୍ଦ ନିଷ୍ପତି ବିରୋଧରେ ପ୍ରତିବାଦ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେଡି କର୍ମୀ ଯୋଗ ଦେଇ ଗୁଣପୁର ପୌରପରିଷଦ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଇଥିଲେ । ଏନେଇ ଅତିରିକ୍ତ ଦାୟିତ୍ବ ଥିବା ଗୁଣୁପୁର ବିଡିଓ ଏବଂ ପୌରପରିଷଦ କାର୍ଯ ନିର୍ବାହୀ ଅଧିକାରୀ ପ୍ରଭାତୀ ଝୋଡ଼ିଆଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ରାୟଗଡା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ବିଷ୍ନୁ, ଗୁଣପୁର ବିଜୁ ଯୁବ ଜନତା ଦଳର ସଭାପତି ରାମ ପଣ୍ଡା, ଗୁଣପୁର ବ୍ଲକ ବିଜେଡି ସଭାପତି ଭାଷା ଶତପଥୀ, ଅଶ୍ୱିନୀ ଗମାଙ୍ଗ, ମୁନା ପାଣି, ଗୌତମ ବିଶୋଇ, ସନ୍ତୋଷ ଗୁରୁ, ରାଜେଶ ପଣ୍ଡା, ଏସ୍ ବାବା ପ୍ରସାଦ, ପଞ୍ଚାନନ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ।