ବିଶ୍ଵନାଥ ପୁର ଠାରେ ବିଜେଡ଼ି ପକ୍ଷରୁ କେନ୍ଦ୍ର ସରକାର ବିରୁଦ୍ଧରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ……
ଅନୁସନ୍ଧାନ ଭାରତ(ବ୍ୟୁର): ଜାତୀୟ ସୁରକ୍ଷା ଆଇନ ଲାଗୁ କରି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗରିବ ହୀତାଧିକାରିଙ୍କ ଠାରୁ ୫କିଲୋ ଚାଉଳ କାଟିବାକୁ ନେଇ ଆଜି ଲାଞ୍ଜିଗଡ ବ୍ଲକ ବିଜୁ ଜନତା ଦଳ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲାଞ୍ଜିଗଡ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇଙ୍କ ନେତୃତ୍ବରେ ଲାଞ୍ଜିଗଡ ବ୍ଲକ ଠାରେ ବିକ୍ଷୋଭ ପ୍ରଦର୍ଶନ କରି ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ପୂର୍ବତନ ଉପାଧ୍ୟକ୍ଷ ଶ୍ରୀଧର ପେସନିଆ, ଜଗଦିଶ ବେନିଆ, ପୂର୍ବତନ ଅଧ୍ୟକ୍ଷ ମନୋହର ହରପାଲ, ଲାଞ୍ଜିଗଡ ବ୍ଲକ ମହିଳା ସଭାନେତ୍ରୀ ସୁଜାତା ଘଡେ଼ଇ, ଜୋନ୧ ଜୋନ ସଭାପତି ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପରିକ୍ଷିତ, ଲାଞ୍ଜିଗଡ ମିଡ଼ିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ, ସୁବଳ ଭୋଇ, ବିଜେଡିର ଯୁବ ଉପସଭାପତି ମୁକେଶ ବେହେରା, ବିଶ୍ଵନାଥ ପୁର ସରପଂଚ ସୁରଥ ମାଝୀ, ବିଜେଡି ବରିଷ୍ଠ ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, କୃଷ୍ଣ ଚନ୍ଦ୍ର ଘଡେଇ, ତରୁଣ କୁମାର ଦାସ, ଯୁବନେତା ହିମାଦ୍ରୀ ପେସନିଆ, ସତ୍ୟ ନାଏକ, ଦେବାଶିଷ ରଂଜନ ବିଶି, ଶ୍ରୀନିବାସ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।