ଗଜପତି ଜିଲ୍ଲାରେ ଭାରତ ଯୋଡ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ଭାରତ ଯୋଡ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ଉପସ୍ଥିତି ରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରୀ ଅମିର ଚାନ୍ଦ ନାୟକ ପର୍ଯ୍ୟବେକ୍ଷକ ଭାବରେ ଉପସ୍ଥିତ ରହିଥିଲେ । ଏହି ବିଷୟରେ ଆଜି ରାଜ୍ୟ କଂଗ୍ରେସ କମିଟି ସଭାପତି ଶ୍ରୀ ଯୁକ୍ତ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶନାମାରେ ଭାରତ ଯୋଡ ଯାତ୍ରା ପାଇଁ ଜିଲ୍ଲା କାର୍ଯ୍ୟକ୍ରମକୁ ସହଯୋଗ କରିବାକୁ ପଦଯାତ୍ରା କିପରି ହେବ ଏବଂ ପାରଳାଖେମୁଣ୍ଡି ପୈରପରିଷଦ ଓ ଜିଲ୍ଲାର ସାତଗୋଟି ବ୍ଲକରେ ସମସ୍ତ ବ୍ଲକରେ ସହିତ ପଞ୍ଚାୟତ ସ୍ତରୀୟ ଭାରତ ଯୋଡ ପଦଯାତ୍ରା କିପରି ସଫଳ ହେବ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l ଏଥି ସକାସେ ସମସ୍ତ ନେତା କର୍ମିଙ୍କ ନିଜ ନିଜର ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ସମସ୍ତ ବ୍ଲକର ପଦାଧିକାରୀ ଉପସ୍ଥିତ ରହିଥିଲେ । ଏଥିରେ ଦାସରଥି ଗମାଙ୍ଗ ବିଧାୟକ ମୋହନା, ସଭାପତି ଜିଲ୍ଲା କଂଗ୍ରେସ ସଭାପତି ଅଭିମନ୍ୟୁ ପଣ୍ଡା, ସୁଦର୍ଶନ ପଣ୍ଡା, ମିନ ମଣ୍ଡଳ, ବାଳକୃଷ୍ଣ ମଲିକ, କୁନା ମାଝୀ, ସଂଗ୍ରାମ ସାହୁ, ଗୋପାଳକୃଷ୍ଣ ଦଳେଇ, ଶଙ୍କର ପ୍ରଧାନ, ଜାଖବ ରାଇକା, ଲକ୍ଷ୍ମୀ ପାଇକ, ରମେଶ ପ୍ରଧାନୀ, ମଡେଲ ସ୍ୱଲସିଂ ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଉପ ସଭାପତି ବସନ୍ତ ପଣ୍ଡାଙ୍କ ଦ୍ଵାରା ପରିଚାଳିତ କରି ଥିଲେ ।