ଡିଫେନ୍ସ୍‌ କ‌ଲୋନୀ ସ୍ଥିତ ଲାବଣ୍ୟବତୀ କଳା ମଣ୍ଡପର ବା‌ର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଭଞ୍ଜନଗର ‌ଡିଫେନ୍ସ୍‌ କ‌ଲୋନୀ ସ୍ଥିତ ଲାବଣ୍ୟବତୀ କଳା ମଣ୍ଡପର ବା‌ର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ବ ମାନବାଧିକାର ଦିବସ ଓ ଗୁରୁ ଆନନ୍ଦ ପ୍ରଧାନଙ୍କ ଶ୍ରାଦ୍ଧ ବାର୍ଷିକୀ ସହ ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ମାସିକ ଭଞ୍ଜ ସଙ୍ଗୀତ ଆସର ସଭାପତି ସୁଶାନ୍ତ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଏହାକୁ ଉଦ୍‌ଘାଟନ କରିଥିବା ବେଳେ ବିଶିଷ୍ଟ ସଙ୍ଗୀତଜ୍ଞ ଆଚାର୍ଯ୍ୟ ସୀମାଞ୍ଚଳ ଦାସ,ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଅତିଥି ଭାବେ ଯୋଗଦେଇ କଳା ଓ ସଂସ୍କୃତିର ମାଟି ଘୁମୁସର ମାଟିରେ ବହୁ କଳାକାର ଜନ୍ମ ଗ୍ରହଣ କରି ବିଶ୍ବ ଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଏହି ମାଟିକୁ ଗୌରବାନିତ୍ବ କରିଛନ୍ତି ବୋଲି କହିଥିଲେ । ଏଥିସହ ସଙ୍ଗୀତର ମଣିଷ ଜୀବନରେ ଥିବା ମହତ୍ବକୁ ନିଜ ତଥ୍ୟ ଭିତ୍ତିକ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନା କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଲୋକନାଥ ମହାନ୍ତି ଯୋଗ ଦେଇ ଓଡ଼ିଶୀ ସଙ୍ଗୀତର ମାଧୁର୍ଯ୍ୟ ଓ ରାଗ ସଂର୍ପକରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥିମାନେ ମାନବାଧିକାର ଦିବସର ଗୁରୁତ୍ବ ସହ ଗୁରୁ ଶିଷ୍ୟ ପରମ୍ପରା ଦ୍ବାରା ଆମ କଳା ସାହିତ୍ୟ ସଂସ୍କୃତିକୁ ଆଗାମୀ ପିଢି ପର୍ଯ୍ୟନ୍ତ ବଞ୍ଚାଇ ରଖାଯାଇ ପାରିବ ବୋଲି କହିଥିଲେ । ଏହାକୁ ସମ୍ପାଦକ ଅଶୋକ ମହାପାତ୍ର ପରିଚାଳନା କରିଥିଲେ । ଏଥିରେ ସଙ୍ଗୀତଜ୍ଞ ବିଶ୍ବନାଥ ବେହେରା, କ‌େ.ରାଜା ରାଓ, ଅଭିନେତା ସୁବାସ ପାତ୍ର ଓ ପ୍ରକାଶ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଆୟୋଜିତ ଭଞ୍ଜ ସଙ୍ଗୀତ ଆସରରେ ରଶ୍ମିତା ଭୂୟାଁ, ସ୍ମିତାରାଣୀ ଗୌଡ, ପୁଷ୍ପଞ୍ଜଳି ସାହୁ, ସୁଧାଂଶୁ ଜେନା, ଅଭିଷେକ ମହାପାତ୍ର, ଆଲୋକନାଥ କର ପ୍ରମୁଖ ଆସରରେ ସାମିଲ ହୋଇଥିଲେ ।