ମହାତ୍ମାଗାନ୍ଧୀ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ ଜିଲ୍ଲା ଗୁଣପୁର ସଦର ମହକୁମା, ରାମେଶ୍ୱର ନଗର ସ୍ଥିତ ସ୍ଥାନୀୟ ମହାତ୍ମାଗାନ୍ଧୀ ଇଣ୍ଟର୍ ନ୍ୟାସନାଲ ପବ୍ଲିକ ସ୍କୁଲରେ ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ ହୋଇଯାଇଛି I ଏହି ଉତ୍ସବରେ ଗୁଣପୁର ମହାବିଦ୍ୟାଳୟର କ୍ରୀଡା ଅଧ୍ୟାପକ ଶ୍ରୀ ଦେବ ପ୍ରସାଦ ପାଢ଼ୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ଚେୟାରମେନ୍ ବ୍ରଜ ସୁନ୍ଦର ପାଢି, ଡାଇରେକ୍ଟର ଦିଲ୍ଲୀପ କୁମାର ରାଜଗୁରୁ ମହାପାତ୍ର, କୋଷାଧ୍ୟକ୍ଷ କୁଞ୍ଜ ବିହାରି ରଥ, ଅଧ୍ୟକ୍ଷା ପି ବି କଲ୍ୟାଣୀ, ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷୟତ୍ରୀ ମାହିତା ପାଣି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଶପଥ ପାଠ କରାଇଥିଲେ । ମୂଖ୍ୟ ଅତିଥି ଶ୍ରୀଯୁକ୍ତ ପାଢ଼ୀ ପିଲାମାନଙ୍କୁ ତାଙ୍କ ବକ୍ତବ୍ୟରେ ପିଲାମାନଙ୍କୁ ଖେଳକୁଦ ଦ୍ଵାରା ପିଲାମାନଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ କିପରି ହୁଏ ଏବଂ ଏହା କିପରି ଆମକୁ ସୁସ୍ଥ ରହିବାରେ ସାହାଯ୍ୟ କରେ ତାହା ଉପରେ ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଦ୍ବୀପ ପ୍ରଜ୍ବଳନ, ପତାକା ଉତ୍ତୋଳନ, ଶପଥ ପାଠ କରାଇ କ୍ରୀଡା ଉଦ୍ଘାଟନ କରିଥିଲେ । ଏହି କ୍ରୀଡା ଉତ୍ସବ ୪ ଦିନ ଧରି ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ପ୍ରମୋଦ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।