ଗୁଣପୁର ଆଶା କର୍ମୀ ସଂଘର ମେଡିକାଲ୍ ସମ୍ପୁଖରେ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ଡାକରା କ୍ରମେ ରାଜ୍ୟ ବ୍ୟାପି ଆଶା କର୍ମୀ ମାନେ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ରାୟଗଡା ଜିଲ୍ଲାର ଗୁଣପୁର ଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ୨୯ ତାରିଖରେ ଭୁବନେଶ୍ବର ଠାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଯାଇ ଆନ୍ଦୋଳନରେ ଯୋଗ ଦେବା ପରେ ୧ ତାରିଖ ଠାରୁ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି କ୍ରମରେ ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର  ଠାରେ ମଧ୍ୟ ଆଶା କର୍ମୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ଜାତୀୟ ସ୍ବାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯିବା, ଜିଲ୍ଲାର ବିଭିନ୍ନ ସିଏଚସି. ପିଏଚସିରେ ଆଶା ମାନଙ୍କ ନିମନ୍ତେ ବିଶ୍ରାମ ଗୃହ ନିର୍ମାଣ, ଆଶାମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ ସହ ମେଡିକାଲ କର୍ମଚାରିଙ୍କ ଦୁର୍ବ୍ୟବହାର ବନ୍ଦ କରାଯିବା, ଆଶାମାନଙ୍କୁ ସରକାରି କର୍ମଚାରିର ମାନ୍ୟତା, ମାସିକ ୧୮ ହଜାର ଟଙ୍କା ଦରମା ପ୍ରଦାନ, ସରକାରୀ ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ଅବସର ନେଉଥିବା ଆଶାକର୍ମିଙ୍କୁ ଏକ କାଳୀନ ଓ ୫ ଲକ୍ଷ ଟଙ୍କା ଓ ମାସିକ ଭତ୍ତା ବାବଦରେ ୫ ହଜାର ଟଙ୍କା ପ୍ରଦାନ, କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କରିଥିବା ଆଶା କର୍ମିମାନଙ୍କୁ ମୃତ୍ୟୁକାଳୀନ ସହାୟତ ୫ ଲକ୍ଷ ପ୍ରଦାନ ସହ ପରିବାରର ଜଣଙ୍କୁ କୋଭିଡ ୧୯ ସମୟରେ ମୃତ୍ୟୁବରଣ କରିଥିବା ଆଶା କର୍ମିମାନଙ୍କୁ ସରକାର ଘୋଷଣା କରିଥିବା ରାଶି ତୁରନ୍ତ ପ୍ରଦାନ, କାର୍ଯ୍ୟ ସମୟରେ ସେମାନଙ୍କୁ ସୁରକ୍ଷା ପ୍ରଦାନ, ଯୋଗ୍ୟତା ଭିତ୍ତିରେ ସେମାନଙ୍କୁ ଏଏଏନ୍ ଭାବେ ନିଯୁକ୍ତ, ସାମାଜିତ ସୁରକ୍ଷାରେ ସାମିଲ କରିବା ସହ ଗ୍ରୁପ ଇନସଭାନସ ପ୍ରଦାନ ଏପରି ୧୦ ଦୋଫା ଦାବୀ ନେଇ ଗତ ୧ ତାରିଖରୁ ଆନ୍ଦୋଳନ ଆରମ୍ଭ କରାଯାଇଛି । ଗୁଣପୁର ବ୍ଲକ ସଭାନେତ୍ରୀ ଜୟନ୍ତି ସଂପାଦିକା ଭାଗ୍ୟବତି ଗୌଡ ପ୍ରମୁଖଙ୍କ ନେତୃତ୍ବରେ ଆନ୍ଦୋଳନ ଆରମ୍ଭ ହୋଇଛି ।