କଳିଙ୍ଗ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ମାଜିଷ୍ଟ୍ରେଟ ପତିତପାବନ ପଣ୍ଡା ଯୋଗଦେଇ ସମ୍ବିଧାନର ସୁରକ୍ଷା, ନାଗରିକର ମୌଳିକ କର୍ତ୍ତବ୍ୟ ଓ ଅଧିକାର ଏବଂ ପକ୍ସୋ ଆଇନ୍ ସଂପର୍କରେ ଆଲୋଚନା କରିବା ସହିତ ସାଂପ୍ରତିକ ସମାଜରେ ଦେଖାଯାଉଥିବା ବିଭିନ୍ନ ଅସାମାଜିକ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଆଇନ୍ ତଥା ଦଣ୍ଡବିଧାନ ସଂପର୍କରେ ଛାତ୍ର ଛାତ୍ରୀମାନେ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଥାନାଧିକାରୀ ଅଜୟ କୁମାର ସ୍ୱାଇଁ ଯୋଗଦେଇ ଛାତ୍ରଛାତ୍ରୀମାନେ ଅସାମାଜିକ କାର୍ଯ୍ୟକଳାପ ଠାରୁ ଦୂରେଇ ରହି ଅଧ୍ୟୟନ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ । ଏଥିରେ ଆଇନଜୀବୀ ରମେଶ ଚନ୍ଦ୍ର ବେହେରା ଓ ବିନତ୍ କୁମାର ପ୍ରଧାନ ଯୋଗଦେଇ ପକ୍ସୋ ଆଇନର ବିଭିନ୍ନ ଦିଗ ଉପରେ ସଂପର୍କରେ ଅବଗତ କରାଇଥିଲେ । ଅଧ୍ୟାପକ ତପନ ଚନ୍ଦ୍ର ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡଃ ରାଜେଶ୍ ବାଗ୍ ସୂଚନା ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପକ ବିନାୟକ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।