ଅନୁସନ୍ଧାନ ଭାରତ(ବ୍ୟୁର): ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ରେ ଭଞ୍ଜନଗର ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମକୁ ବିଇଓ ଏସ ଧନଞ୍ଜୟ ଉଦଘାଟନ କରିଥିବା ବେଳେ ଉଦଯାପନୀ ଉତ୍ସବରେ ବିଡିଓ ଶଶି ଭୂଷଣ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ l ସମ୍ମାନିତ ଅତିଥି ରୂପେ ଦୁଇ ଜଣ ପୂର୍ବତନ ଏବିଇଓ ଜଗବନ୍ଧୁ ଜେନା, ହୃଶିକେଷ ସ୍ବାଇଁ , ପୂର୍ବତନ ଦୁଇ ଜଣ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, କୃତିବାସ ବିଶ୍ବାଳଙ୍କ ସମେତ ରିଟାୟାଡ ରେଞ୍ଜର ଅନୁପମ ବାନାର୍ଜୀ ପ୍ରମୁଖ ମଞ୍ଚାସୀନ ଥିଲେ l
ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସିଆରସିସି ତ୍ରିନାଥ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ବଡକୋଦଣ୍ଡା ସିଆରସିସି ମୋହନ ସାହୁଙ୍କ ସମେତ ସିଆରସିସି ଭଗବାନ ଭୂୟାଁ, ଆଦିକନ୍ଦ ଗୌଡ, ଭାସ୍କର ନାୟକ, ସନ୍ତୋଷ କୁମାର ସାହୁ, ରାଘବ ନାୟକ ଏବଂ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟର ସମସ୍ତ ଷ୍ଚାଫ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବିଚାରକ ରୂପେ ଧୃବ ମହାରଣା, ପ୍ରଦୀପ କୁମାର ସାସମଲ, ସନ୍ତୋଷ ସାହୁ, ପ୍ରଦ୍ୟୁମ୍ନ ମଲିକ, ସୁରେନ୍ଦ୍ର ଗୌଡ, ଶର୍ମିଷ୍ଠା ବେହେରା, ସାଗରିକା ସାହୁ, ମନୋଜ ଗୌଡ, ବୈରାଗୀ ଗୌଡ, କାଳୀ ଚରଣ ସାହୁ, ଗଙ୍ଗାଧର ପଣ୍ଡା, ମନ୍ମଥ ବିଷୋୟୀ, ସୁନୀଲ ପାଣି, ବିଭୁ ପ୍ରସାଦ ମହାପାତ୍ର, ଗୀତାଞ୍ଜଳୀ ପ୍ରଧାନ, ଯାଜ୍ଞସେନୀ ଦେବୀ, ମମତା ମହାପାତ୍ର, ସୁରେନ୍ଦ୍ର ପ୍ରଧାନ, ଅଭିଷେକ ନାୟକ, ଆଶାଲତା ବେହରା, ଦେବୀ ପ୍ରସାଦ ଦାଶ, ପ୍ରଭାତୀ ମଞ୍ଜରୀ ବେହେର, ପ୍ରସନ୍ନ ପ୍ରଧାନ, ବୃନ୍ଦାବନ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଞ୍ଜନଗର ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ,ଦ୍ବିତୀୟ ସ୍ଥାନରେ ବିଞ୍ଝଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ l ଶେଷରେ ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ଧନ୍ୟବାଦ ଅର୍ପଣ କରିଥିଲେ