ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଅଧିନସ୍ଥ ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ପ୍ରଧାନ ଶିକ୍ଷକ ନେତାଜୀ ବିଷୋୟୀ, ସମ୍ମାନିତ ଅତିଥି ରୂପେ ପ୍ରଧାନ ଶିକ୍ଷକ ଭାସ୍କର ପାଣି, ପ୍ରଧାନ ଶିକ୍ଷକ ସୁଦାମ ଦଳବରା ଯୋଗ ଦେଇଥିବା ବେଳେ ସି.ଆର୍.ସି.ସି ତ୍ରିନାଥ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ମଞ୍ଚ ସଂଯୋଜନା ପ୍ରଦୀପ କୁମାର ସାସମଲ କରିଥିଲେ l କ୍ଳଷ୍ଟରର ଏଗାର ଗୋଟି ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ତର୍କ, ପ୍ରବନ୍ଧ, ବତ୍କୃତା, କୁଇଜ, ସୃଜନଶୀଳ ଲିଖନ, ସୁନ୍ଦର ହସ୍ତାକ୍ଷର ଓ ଶ୍ରୁତ ଲିଖନ ତଥା ଦଳଗତ ସାଂସ୍କୃତିକ ନୃତ୍ୟରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି l 



ଦଳଗତ ନୃତ୍ୟରେ ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ହୋଇଥିବା ବେଳେ ସାର୍ଦ୍ଦୁଳ ଉଚ୍ଚ ବିଦ୍ୟାଳୟ ଦ୍ବିତୀୟ ଓ ଇନ୍ଦାଗଡ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଥିବା ଜଣାପଡିଛି l କାର୍ଯ୍ୟକ୍ରମକୁ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ସମସ୍ତ ଗାଇଡଟିଚର ପରିଚାଳନାରେ କରିଥିଲେ l ସାର୍ଦ୍ଦୁଳ ବିଦ୍ୟାଳୟର ଏସ୍.ଏମ୍.ସି ସଭାପତି ସନ୍ୟାସୀ ଗୌଡ, ଆଇ.ଭି ଟିଚର କୁନା ବିଷୋୟୀ, ଶିକ୍ଷକ ସୁରେନ୍ଦ୍ର ନାଥ ଗୌଡ, ଦାଶରଥୀ ବିଷୋୟୀ, ବିଶ୍ବଜିତ ସ୍ବାଇଁ, ଶ୍ୟାମ ସୁନ୍ଦର ରାଓ, ସୁଶାନ୍ତ ନାୟକ, ସୁଚିସ୍ମିତା ପାତ୍ର, ମାଳତୀ ପଟ୍ଟନାୟକ, ଭଞ୍ଜ କିଶୋର ପ୍ରଧାନ, ଅଭିଷେକ ନାୟକ, ମନମୋହନ ପାଣିଗ୍ରାହି, ସଚିତ୍ର ନାୟକ, ପ୍ରଦୀପ ଗୌଡ, ଅନଙ୍ଗ ମୋହନ ମହାରଣା, ପଦ୍ମିନୀ ମିଶ୍ର, ଲିଜାଲିନ ଗୌଡ, ରିଙ୍କୁ ପ୍ରଧାନ, ଶୁଭ୍ରମୟୀ ତ୍ରିପାଠୀ, ସସ୍ମିତା ପୃଷ୍ଟି, ସୁରଭି କୁସୁମ ଲତା, ନମିତା ପୃଷ୍ଟି, ସଗରିକା ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l