ସମାଜ ସେବୀ ଓ ଜାତୀୟ ସ୍ବେଛାସେବୀ ତଥା କାର୍ଲ।ମୁଣ୍ଡା ବିଡ଼ିଓଙ୍କ ମହାନତା, ବାପା ମା ଛେଉଣ୍ଡ ତିନି ଶିଶୁଙ୍କୁ ଆଶିର୍ବାଦ ଯୋଜନାରେ କଲେ ସାମିଲ…….
ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଓଡ଼ିଆମୁଣ୍ଡା ଗାଁର କରୁଣା ବାଗ ତାଙ୍କ ପତ୍ନୀ ମଲ୍ଲୀ ବାଗ, ବଡ଼ ଝିଅ ନୟନୀ ବାଗ( ୨୨ ), ପୁଅ ପପୁ ବାଗ( ୧୫ ), ଝିଅ ଅଙ୍କିତା ବାଗ( ୧୨ )ଙ୍କୁ ନେଇ ତାଙ୍କ ପରିବାର ବେଶ ଖୁସିରେ ରହୁଥିଲେ । କୁଲି ମଜୁରୀକରୀ ପରିବାର ପୋଷଣ କରୁଥିଲେ । କୋଭିଡ ସମୟରେ ରୋଗରେ ପଡ଼ି ଗତବର୍ଷ ମେ ୨୦ ତାରିଖରେ କରୁଣାଙ୍କ ମୃତ୍ୟୁ ହୋଇଥିଲା । ସ୍ଵାମୀର ପରଲୋକ ପରେ ତିନି ସନ୍ତାନଙ୍କୁ ନେଇ ବହୁ କଷ୍ଟରେ ପରିବାର ଚଳାଉଥିଲେ ମଲ୍ଲୀ ବାଗ । ହେଲେ ଗତ ୭ ତାରିଖ ତାଙ୍କର ମଧ୍ୟ ମୃତ୍ୟୁ ଘଟି ଥିଲା । ମାଙ୍କ ମୃତ୍ୟୁ ପରେ ଦୁଇ ଭାଇ ଭଉଣୀଙ୍କ ସବୁ ବୋଝ ବଡ଼ ଝିଅ ନୟନୀଙ୍କ ଉପରେ । ଅର୍ଥ ଅଭାବରୁ ପପୁ ଯୁକ୍ତ ଦୁଇରେ ନାମ ଲେଖାଇ ପାରିନାହାନ୍ତି । ଏହି ସମସ୍ୟା ବିଷୟରେ କୌଣସି ମତେ ଜାଣି ସମାଜସେବୀ ଯଶୋବନ୍ତ ରଣା ଓ ସ୍ବେଛାସେବୀ ସନତ କୁମାର ସାହୁ କରଲାମୁଣ୍ଡା ବିଡ଼ିଓଙ୍କ ସହ ଯୋଗାଯୋଗ କରି ସେମାନଂକୁ ସରକାରଙ୍କ ଆଶୀର୍ବାଦ ଯୋଜନା, ରେଡ କ୍ରସ ପାଣ୍ଠିରୁ କିଛି ଆର୍ଥିକ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।
ତୁରନ୍ତ କରଲାମୁଣ୍ଡା ବିଡ଼ିଓ ସିଧେଶ୍ଵର ମେହେର ସେମାନଂକୁ ଭବାନୀପାଟଣା ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ପାଖକୁ ନେଇ ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବାପାଇଁ ପ୍ରତିଶୃତି ଦେଇଥିଲେ । ଆଜି ତିନି ଶିଶୁଙ୍କୁ ନିଜ ଗାଡ଼ିରେ ଡିସିପିଓ ଅଫିସ ଆଣି ସେମାନଙ୍କୁ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ କରିଛନ୍ତି । ସେମାନଙ୍କୁ ପ୍ରତି ମାସରେ ଦୁଇଜଣକୁ ୩ ହଜାର ଟଙ୍କା ମିଳିବ । ରାଧେଶ୍ୟମ ବାଗ କାର୍ଲ ମୁଣ୍ଡା ବିଡ଼ିଓଙ୍କୁ ଜଣାଇବା ପରେ ବିଡ଼ିଓ ତୁରନ୍ତ ପଦକ୍ଷପ ନେଇ ଥିଲେ l ବିଡିଓଙ୍କ ମହାନତା ପାଇଁ ଅଂଚଳର ବିଭିନ୍ନ ମହଲରୁ ପ୍ରଶଂସା ସୁଅଛୁଟୁଛି l ଏହା ସହ ବିଡ଼ିଓଙ୍କ ସହ ଯୋଗାଯୋଗ କରିଥିବା ସମାଜସେବୀ ଯଶୋବନ୍ତ ରଣା ଓ ସ୍ବେଛାସେବୀ ସନତ କୁମାର ସାହୁଙ୍କୁ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଧା l