ଅନୁସନ୍ଧାନ ଭାରତ(ବ୍ୟୁର): ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ୱାର୍ଡ଼ରେ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସାହି କୁ ପିଇବା ପାଣି ଯୋଗାଣ ହୋଇଆସୁଅଛି l ଜଳ ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଇପ ଲାଇନ ନିର୍ଦ୍ଧିଷ୍ଠ ସ୍ଥାନରେ ଫାଟି ବାହାର ପାଣି ମିଶୁଥିବାର ଅଭିଯୋଗ ହେଉଥିବାରୁ ଉକ୍ତ ପାଣି ପିଇବା ଦ୍ୱାରା ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଲୋକେ କହିଛନ୍ତି । 


ହେଲେ ଦୀର୍ଘ ତିନି ମାସରୁ ଉର୍ଦ୍ଧ୍ବ ହେବ ୱାର୍ଡ ନମ୍ବର ୪ ସ୍ଥିତ ଶ୍ରୀରାମ ପଦାର ମୁଖ୍ୟ ରାସ୍ତା କଡରେ ଘରକୁ ସଂଯୋଗ କରା ଯାଇଥିବା ପାଇପ ଲାଇନ୍ ସ୍ଥାନେ ସ୍ଥାନେ ଫାଟି ଜଳ ଯୋଗାଣ ବିଛିନ୍ନ ହୋଇ ମୁଖ୍ୟ ରାସ୍ତାରେ ବୋହିଯାଉଛି l ଫଳରେ ଯାତାୟତ କରୁଥିବା ଲୋକେ ବିଭିନ୍ନ ପ୍ରକାର ଅସୁବିଧାର ସମୁଖୀନ ହେଉଥିବା ନଜରକୁ ଆସିଛି l ପ୍ରତ୍ୟେକ ଦିନ ଉକ୍ତ ରାସ୍ତାରେ ସ୍କୁଲ କଲେଜକୁ ଯିବା ଆସିଵା କରୁଥିବା ଛାତ୍ର ଛାତ୍ରୀଙ୍କ ଉପରେ ଗାଡ଼ି ଯିବା ଆସିବା ସମୟରେ ବୋହିଯାଉଥିବା ପାଣି ଦେହ ମୁଣ୍ଡରେ ପଡୁଥିବାର ଦେଖିବାକୁ ମିଳୁଛି l ପାଣି ବୋହିଯାଉଥିବା ଦେଖି ଲୋକେ ସେହି ପାଣିରେ ନିଜ ନିଜ ମୋଟର ଗାଡି ଧୋଉଛନ୍ତି l ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା l ଅପଚୟ ହେଉଥିବା ପିଇବା ପାଣିର ସ୍ଥାୟୀ ସମାଧାନ ନିମନ୍ତେ ଶ୍ରୀରାମପଦା ବାସୀ ବିଭାଗୀୟ ଅଧିକାରୀଙ୍କୁ ଦାବୀ କରିଛନ୍ତି ।