ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ସହର ଓ ବିଭିନ୍ନ ଗ୍ରାମାଞ୍ଚଳରେ ମା ଗଜଲଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସହରର ଖାଲାସୀ ସାହି, ନିୟନ୍ତ୍ରଣ ବଜାର କମିଟି କାଯ୍ୟାଳୟ ପରିସର, ଗୋଲାପଡା, ବାରୁଡା, ଅଗଝୋଳ, ମୁଜାଗଡ଼, ଖାରିଗୁଡା, ଗୁଡିଆମ୍ବା ଓ ଖମାରେଡି ଠାରେ ରୀତିନୀତି ସହକାରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସେହିପରି ବାଉଁଶଲୁଣ୍ଡି ଠାରେ ଶ୍ରୀ ଶ୍ରୀ ବାଞ୍ଚେସ୍ୱର ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ୧୫ ତମ ମା’ ଗଜଲଷ୍ମୀ ପୂଜା ସମାରୋହ ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ରୀତିନୀତି ସହକାରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜାର୍ଚ୍ଚନା କରାଯାଉଛି । ପୂଜା କମିଟି ପକ୍ଷରୁ ପ୍ରସ୍ତୁତ ମୃଣ୍ମୟୀ ମୂର୍ତ୍ତି ଅଞ୍ଚଳରେ ଆକର୍ଷଣୀୟ ହୋଇଛି ।