ବିଭିନ୍ନ ଦାବୀକୁ ନେଇ ଘୁ.ଉଦୟଗିରି କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ….

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରିରେ କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ କନ୍ଧମାଳ ଜିଲ୍ଲା ସମେତ ଓଡିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉ ଥିବା ଆକ୍ରମଣ ଘଟଣାକୁ ନେଇ ଘୁ.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ପ୍ରଧାନଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ସାମ୍ବାଦିକ ଅରୁଣ କୁମାର ଷଡ଼ଙ୍ଗୀ, ସାମ୍ବାଦିକ ଗଗନ କୁମାର ପ୍ରଧାନ, ସାମ୍ବାଦିକ ପ୍ରଶନ୍ନ କୁମାର ମିଶ୍ର, ସାମ୍ବାଦିକ ଅନୀଲ ଦଲାବେହେରା, ସାମ୍ବାଦିକ ଚନ୍ଦ୍ରଶେଖର ପାଢ଼ୀ, ସାମ୍ବାଦିକ ତପସ୍ୱିନୀ ମଲ୍ଲିକ, ସାମ୍ବାଦିକ ଗୁପ୍ତେଶ୍ଵର ପ୍ରଧାନ, ସାମ୍ବାଦିକ ବଟକୃଷ୍ଣ ଦାସ ଏବଂ ସାମ୍ବାଦିକ ବିଦ୍ୟାଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ I କୋଭିଡ ମହାମାରୀ ସମେତ ଅନେକ ସାମାଜିକ ଉନ୍ନୟନ ମୁଳକ କାମରେ ଗଣମାଧ୍ୟମ ପ୍ରତିନିଧି ଆଗ ଧାଡ଼ିର ରହି ଯୋଦ୍ଧା ଭାବରେ କାମ କରୁଛନ୍ତି I କିନ୍ତୁ ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁରକ୍ଷା ଏବଂ ସରକାରୀ ସୁବିଧା ମିଳି ପାରୁ ନାହିଁ I ଯାହା ପାଇଁ ଗଣମାଧ୍ୟମ ପ୍ରତିନିଧି ଆଜି ଅବହେଳିତ ବୋଲି ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ କହିଛନ୍ତି I ଦେଶର ବିକାଶ କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧି ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି I ହେଲେ ଆଜି ଗଣମାଧ୍ୟମ ପ୍ରତିନିଧି ସରକାରୀ ସୁବିଧା ପାଇବାରୁ ବଞ୍ଚିତ ବୋଲି ସାମ୍ବାଦିକ ଅରୁଣ କୁମାର ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି I କନ୍ଧମାଳ ଜିଲ୍ଲାରେ ପ୍ରତ୍ୟକ ଦିନ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ସରକାରୀ କର୍ମଚାରୀ କିମ୍ବା ମାଫିଆଙ୍କ ଦ୍ୱାରା ଆକ୍ରମଣ ହେଉଛି I ଏହାକୁ ନେଇ ବିଗତ ଦିନ ରାଇକିଆ ସାମ୍ବାଦିକ ଆକ୍ରମଣ ଘଟଣା କିମ୍ବା ଚକାପାଦ ଥାନା ଅଧିନସ୍ଥ ପସରା ଠାରେ ହୋଇ ଥିବା ସାମ୍ବାଦିକ ଆକ୍ରମଣ ଘଟଣାକୁ ନେଇ ଘୁ.ଉଦୟଗିରି ଉପଖଣ୍ଡ ଆରଖି ଅଧିକ୍ଷକ ଏବଂ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କୁ ଅବଗତ କରା ଯାଇଛି I କିନ୍ତୁ ଆଜି ପର୍ଯ୍ୟନ୍ତ କନ୍ଧମାଳ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ତଦନ୍ତରେ ହିଁ ସୀମିତ ରହି ଯାଇଛି I ଯାହା ପାଇଁ ଦିନକୁ ଦିନ କନ୍ଧମାଳ ଜିଲ୍ଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି I ଯାହାକି ଆତ୍ୟାନ୍ତ ଚିନ୍ତା ଜନକ ବିଷୟ ବୋଲି ସାମ୍ବାଦିକ ଗଗନ କୁମାର ପ୍ରଧାନ ମତବ୍ୟକ୍ତ କରିବା ସହ ସାମ୍ବାଦିକ ଉପରେ ହେଉ ଥିବା ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି I ଆଜି ପର୍ଯ୍ୟନ୍ତ ବହୁ ଗଣମାଧ୍ୟମ ପ୍ରତିନିଧି କୋଭିଡ ଟୀକା ଏବଂ ସ୍ୱାସ୍ଥ୍ୟ ବୀମା ଯୋଜନା ପାଇ ପାରି ନାହାନ୍ତି I ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଟୀକା ପାଇବାରୁ ବଞ୍ଚିତ ଗଣମାଧ୍ୟମ ପ୍ରତିନିଧିଙ୍କ ଟୀକାକରଣ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା ପାଇଁ ମଧ୍ୟ ଘୁ. ଉଦୟଗିରି କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ଦାବୀ ହୋଇଛି I ଯଦି ପ୍ରଶାସନ ସାମ୍ବାଦିକଙ୍କ ସୁରକ୍ଷା ଏବଂ ସ୍ୱାର୍ଥ ପ୍ରତି ଯତ୍ନବାନ ନ ହୁଅନ୍ତି ତା ହେଲେ ଆଗାମୀ ଦିନରେ କାର୍ଯ୍ୟରତ ସାମ୍ବାଦିକ ଏହାର ଜବାବ ଦେବେ ବୋଲି ଘୁ.ଉଦୟଗିରି କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ଚେତାବନୀ ଦିଆଯାଇଛି I