ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି ରାଜ୍ୟରେ ଜୁନ ୧୭ ପର୍ଯ୍ୟନ୍ତ ବଢିଲା ଲକ୍ଡାଉନ୍I ଏହା ଛଡା ସପ୍ତାହନ୍ତ ସଟଡାଉନ୍ ବଳବତ୍ତର ରହିବ I କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍ଡାଉନ୍ ଅବଧିକୁ ଜୁନ ୧୭ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି I
ସଟ୍ଡାଉନ୍ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏଁ ଜାରି ରହିବ ବୋଲି ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି I