ପିରିକୁଡ଼ି ପଞ୍ଚାୟତରେ ପରିବର୍ତ୍ତନ ମେଳା ୨୦୨୨ ଅନୁଷ୍ଟିତ…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ପିରିକୁଡ଼ି  ପଞ୍ଚାୟତରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପଟେଲଙ୍କ ନିର୍ଦେଶ କ୍ରମେ ପିରିକୁଡ଼ି ଓ ଗୁଦାରି ପଞ୍ଚାୟତକୁ ନେଇଁ ଖଜୁରିପଡ଼ା ବ୍ଲକ ଉନୟନ ଅଧିକାରିଣୀ ଅନୁପମା ଘୋଷଙ୍କ ନେତୃତ୍ବରେ ପିରିକୁଡ଼ି ଠାରେ ପରିବର୍ତ୍ତନ ମେଳା ୨୦୨୨ ଅୟୋଜିତ ହୋଇଯାଇଛି  । ବ୍ଲକ୍ ଉନୟନ ଅଧିକାରିଣୀ  ଅନୁପମା ଘୋଷ ଜନ ସାଧାରଣଙ୍କୁ ଅତି ସୁନ୍ଦର୍ ଭାବେ ଅଭିଭାଷଣ  ଜରିୟାରେ  ପରିବର୍ତ୍ତନ ମେଳା ୨୦୨୨ର ସଚେତନତାର ବାର୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷା ଅନିମା କହଁର ଯୋଗ ଦେଇ ପ୍ରଦୀପ ଉଜ୍ଵଳନ କରି ପରିବର୍ତ୍ତନ ମେଳାକୁ ଶୁଭାରମ୍ବ କରିବା ସହି ମେଳାରେ ଉପସ୍ତିତ ଥିବା ସମସ୍ତ ଜନସାଧାରଣଙ୍କୁ ସଚେତନର ବାର୍ତ୍ତା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଖଜୁରିପଡ଼ା ବ୍ଲକର ସମସ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଖଜୁରିପଡ଼ା  ( C D P O ) ଏବଂ ସୁପର୍ଭାଉଜର୍  ଝରଣା ପ୍ରଧାନ, ସୁପଭାଇଜରଙ୍କ ସହିତ ଆଶା କର୍ମୀ , ଅଙ୍ଗନୱାଡ଼ି କର୍ମୀ , ଖଜୁରିପଡ଼ା କୃଷି ଉଦ୍ୟାନ ଅଧିକାରିଣୀ ପ୍ରତିଭା ପ୍ରଧାନଙ୍କ ସମେତ ଘଟାଲ ବାବୁ ,  କୃଷି ସାଥୀ, ଗ୍ରାମ ସାଥୀ ଓ  ସ୍ଥାନୀୟ ସରପଞ୍ଚ ଉମା ଚରଣ ମଲ୍ଲିକ, ସୁଜିତ୍ କୁମାର୍  ମଲ୍ଲିକ, ଭାଇସ୍  ଚ୍ୟାର୍ମେନ ଏବଂ ସମିତି ସଭ୍ୟ ଅମିତ୍ କୁମାର୍ ଦିଗାଲ, ସୁଡୁରୁକୁମ୍ପା ପଞ୍ଚାୟତର ସମିତି ସଭ୍ୟ  ବୈଦ୍ୟନାଥ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀମାନେ ନିଜ ନିଜର ବିଭାଗ ତରଫରୁ ସୁବିଧା ସୁଯୋଗ ମିଳୁଥିବା ବିଭିନ୍ନ ସହଯୋଗ, ସହାୟତା, ଉପରେ ଆଲୋକପାତ କରିବା ସହିତ ଜନସାଧାରଣଙ୍କୁ ସଚେତନ କରିଥିଲେ ।  ସରକାରଙ୍କ ଯୋଜନା ଗୁଡ଼ିକ ସମ୍ପର୍କରେ ସମ୍ୟକ ସୂଚନା ଦେବା ସହ କାର୍ଯ୍ୟକାରି କରିବା ଉପରେ ଗୁରୁତ୍ଵାରୋପ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଦୁଇଟି ପଞ୍ଚାୟତରୁ ପ୍ରାୟ ପାଞ୍ଚ ସହରୁ ଉର୍ଦ୍ଧ  ଲୋକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଖଜୁରୀପଡ଼ା ଥାନା ଭାରପ୍ରାପ୍ତ ଅଧିକାରିଣୀ ଗେଲ୍ଲୀ କୁମାରୀ ସାହୁଙ୍କ ନିର୍ଦେଶ କ୍ରମେ ପୁଲିସ ଉପସ୍ଥିତ ରହି ସୁରକ୍ଷା ପ୍ରଦାନ କରିଥିଲେ । ଖଜୁରିପଡ଼ା ବ୍ଲକର ନୂତନ ଗୋଷ୍ଠୀ ଉନୟନ ଅଧିକାରିଣୀ ଅନୁପମା ଘୋଷଙ୍କ ପରିବର୍ତ୍ତନ ମେଳା ୨୨୨ ର ସଚେତନତାର ବାର୍ତାକୁ ଅଞ୍ଚଳବାସୀ ଆଦରର ସହିତ  ଗ୍ରହଣ କରି ସୁବେଛା ଜ୍ଞାପନ କରିଛନ୍ତି ।