ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୫୫ ୟୁନିଟ ରକ୍ତ ସଂଗ୍ରହ….
ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ଅବସରରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୫୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ.ଭି. ଜଗନ୍ନାଧା ରାଓ ଶୁଭ ଉଦଘାଟନ କରିଥିଲେ । ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଇଂଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ଡିନ ଏ. ବି .ଶ୍ରୀନିବାସ ରାଓ, ଅଧ୍ୟାପକ ଭି ଗଣେଶ, କ୍ରୀଡା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା, ଅଧ୍ୟାପିକା ପୂଜା ସ୍ୱାଇଁ, ଡାକ୍ତର ଏସ.ଏସ.ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ହେଚ ଡିଏଫସି ବ୍ୟାଙ୍କ ଗୁଣୁପୁର ଶାଖାର ଶାଖା ପରିଚାଳକ ଜେ କିଶୋର ପାତ୍ର, ସାଇଲଜା ଲେଙ୍କା, ରଞ୍ଜିତ କୁମାର ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉଚ୍ଛାହିତ କରିଥିଲେ । 

ଏହି ଶିବିରକୁ ଜାତୀୟ ସେବା ଯୋଜନାର ଆବାହକ ଡ଼ଃ ପ୍ରେମାନଶୁ ଶେଖର ରଥ, କାର୍ଯ୍ୟକ୍ରମ ଅଧିକାରୀ ଜ୍ୟୋତିର୍ମୟ ମିଶ୍ର, ରଶ୍ମି ପ୍ରଭା ମହାରଣା, କୃଷ୍ଣ ପ୍ରସାଦ ଦାସ ପ୍ରମୁଖ ଶିବରକୁ ପରିଚାଳନା କରିଥିଲେ । ଗୁଣୁପୁର ରକ୍ତ ଭଣ୍ଡାରର ଡାକ୍ତର ଲକ୍ଷଣ କୁମାର ପାତ୍ର, ଟେକ୍ନିସୀୟାନ ରାକେଶ କୁମାର ପଣ୍ଡା, ଚନ୍ଦ୍ର ଶେଖର ପାତ୍ର, ଗୌରୀ ଶଙ୍କର ବ୍ରହ୍ମା, ରାଧାକାନ୍ତ ମହାନ୍ତି ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗ ଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।