ସାମ୍ବାଦିକଙ୍କୁ ପୁଲିସର ଆଶ୍ଲିଳ ଭାଷା ପ୍ରୟୋଗ ଘଟଣା: କୋଟଗଡ଼ ସମ୍ବାଦିକଙ୍କ ଦ୍ୱାରା ଉଦବେଗ ପ୍ରକାଶ

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଫୁଲବାଣୀ ଠାରେ ପୁଲିସ ଏସଆଇ ଦୀପକ ସାମନ୍ତସିଂହାରଙ୍କ ସମଗ୍ର ସାମ୍ବାଦିକ ସମାଜକୁ ଗାଳି କରିବା ଘଟଣାକୁ ୧୦ଦିନ ବିତି ଯାଇଥିଲେ ବି ସମ୍ପୃକ୍ତ ଏସଆଇଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ କୋଟଗଡ କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ନିନ୍ଦା ପ୍ରସ୍ତାବ ଆଣିବା ସହ ଜିଲ୍ଲା ତଥା ରାଜ୍ୟର ଦିବଂଗତ ସାମ୍ବାଦିକଙ୍କ ଆତ୍ମାର ଶାନ୍ତି କାମନା କରି ନିରବ ପ୍ରାଥନା କରିଥିଲେ I ଏହା ପରେ ମିଳିତ ସାମ୍ବାଦିକଙ୍କ ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ବିଚାର ବିମର୍ଶ କରାଯାଇ ଆଗାମୀ ସୋମବାର କୋଟଗଡରୁ ଏକ ଦାବିପତ୍ର ବିଡିଓ ଙ୍କ ଜରିଆରେ ଉପରିସ୍ଥ ଅଧିକାରୀଙ୍କୁ ଦେବାପାଇଁ ସମସ୍ତ ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ, ରାସାଲ ଡଙ୍ଗରିଆ, ମାଧବ ଦାଶ, ମହେନ୍ଦ୍ର ପଣ୍ଡା, ପିଙ୍କୁ ନାୟକ, ମୁନା ସିଂ, ପ୍ରତାପ ନାୟକ ସର୍ବ ସମ୍ମତି ପ୍ରକାଶ କରିଥିଲେ I ହେଲେ ଘଟଣାକୁ ଏତେ ଦିନ ବିତି ଯାଇଥିଲେ ବି କାହିଁକି କାର୍ଯାନୁଷ୍ଠାନ ନେଉନି ଜିଲ୍ଲା ପ୍ରଶାସନ, ପୁଲିସ ଏସଆଇଙ୍କ ପତିଆରା ପଛରେ କିଏ? ବୋଲି ସାମ୍ବାଦିକ ମହଲରେ ସନ୍ଦେହ ଦୃଢ଼ୀଭୁତ ହୋଇଛି I