ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ କୋର୍ଟ ଛକ ନିକଟସ୍ଥ ଫୁଲବାଣୀ ଫୁଟବଲ୍ କ୍ଲବ ଠାରେ ଫୁଲବାଣୀ ଫୋଟୋଗ୍ରାଫି ସଂଘ ପକ୍ଷରୁ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ କେକ କାଟିବା ସହ ଜିଲ୍ଲା ସଭାପତି ରାଜେଶ ପାଣିଗ୍ରାହୀ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ସୁଚନା ଦିଏ ଥିଲେ l ଆସନ୍ତା ନଭେମ୍ବର ମାସରେ ଭୁବେନଶ୍ବର ଠାରେ ଫୋଟ ଫେର ହେବା ଏବଂ ସେଥିରେ କିପରି ଅଂଶ ଗ୍ରହଣ କରିବା ସେ ନେଇ ଆଲୋଚନା ହୋଇଥିଲା l ଏଥି ସହିତ ସଭାପତି ବିଶ୍ୱ ଫୋଟ ଗ୍ରାଫି ଦିବସ ପାଳନର ଉଦେଶ୍ୟ ଉପରେ ମଧ୍ୟ ଆଲୋକ ପାତ କରିଥିଲେ l ଅଗଷ୍ଟ ୧୯, ୧୮୩୯ ମସିହାରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ ହୋଇ ଆସୁଅଛି l ଫଟୋଗ୍ରାଫି କ୍ଷେତ୍ରରେ ଯୋଗଦାନ କରିଥିବା ଫଟୋଗ୍ରାଫରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲକ୍ଷ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୯ରେ ପାଳନ କରାଯାଏ l ଲୋକମାନଙ୍କ କଳାକୁ ଉତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଏ l ବିଜ୍ଞାପନ ଫଟୋଗ୍ରାଫରମାନେ ମଧ୍ୟ ଏହି କଳାର ଅଗ୍ରଦୂତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି l ଅନ୍ୟ ଫୋଟ ଗ୍ରାଫରମାନଙ୍କ ମଧ୍ୟରେ ଜଗା ଦାଶ, କାହ୍ନl ପଟ୍ଟନାୟକ, ଅଭିଷେକ ଗୌରବ, ରାଜା ବେହେରା, ସନ୍ତୋଷ ଦଳେଇ, ବିକାଶ ମିଶ୍ର, ରାମକୃଷ୍ଣ ପଣ୍ଡା, ବାଦଲ ବଗର୍ତ୍ତୀ, ଚିନ୍ମୟ ବେହେରା, କାହ୍ନl ଦିଗାଲ, ଅସିତ୍ କୁମାର ବେହେରା, କୃତିଦିପନ୍ ଭୋଇ ପ୍ରମୁଖ ଯୋଗ ଦେଇଥିଲେ l