ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ଉପଲକ୍ଷେ ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ଦେଶାତ୍ମବୋଧକ କବିତା ପାଠୋତ୍ସବ ଲଡୁକେଶ୍ୱର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର, ସମ୍ମାନିତ ଅତିଥି ଭାବରେ ପ୍ରଧାନାଚାର୍ଯ୍ୟ ମାଧବାନନ୍ଦ ଦାସ ଯୋଗ ଦେଇଥିବା ବେଳେ ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେଇ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ l ଆଗାମୀ ଦିନରେ ସ୍ୱାଧୀନତା ସଂଗ୍ରାମୀ ତଥା ମହାପୁରୁଷମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ପ୍ରତ୍ୟେକ ଭାରତୀୟ ପ୍ରତିଜ୍ଞାବଦ୍ଧ ହେବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ପବିତ୍ର କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଡା.ସତ୍ୟନାରାୟଣ ପଟ୍ଟନାୟକ, ଭାସ୍କର ସାମଲ, ସୁଚିଶ୍ଵେତା ପ୍ରଧାନ, ଜିନିତା ଦାଶ, ଅକ୍ଷୟ କୁମାର ଦିଗାଲ, ଜଗନ୍ନାଥ ରଥ, ମନୋଜ କୁମାର ତ୍ରିପାଠୀ, ଚତୁର୍ଭୁଜ ସାହୁ, ବିଦ୍ୟୁତ୍ ପ୍ରଭା ଦାଶ, ଶିବାନୀ ଚର୍ଚ୍ଚା,ଗୋଲକ ବିହାରୀ ପଟ୍ଟନାୟକ, ବୈକୁଣ୍ଠନାଥ ସାହୁ, ଉମାଶଙ୍କର ସାମନ୍ତରାୟ, ଜ୍ୟୋତିଷ କୁମାର ପ୍ରଧାନ, ରାଜନନ୍ଦିନୀ ନାୟକ, ଶାଶ୍ୱତୀ ଶ୍ୱେତପଦ୍ମା ବେହେରା, ସାଗରୀକା ପଣ୍ଡା, ଡଃ ନଳିନୀ କୁମାର ପାଣିଗ୍ରାହୀ, ମାଧବାନନ୍ଦ ଦାସ, ରିଲୁ ପ୍ରଧାନ ଆଦି ୨୦ ଜଣ କବି ଓ କବୟିତ୍ରୀ ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ କରିଥିବା ବେଳେ ଶେଷରେ ମାଧବାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଓଡ଼ିଶା ସାହିତ୍ୟ ଏକାଡେମୀର ଏପରି ଏକ ସାଧୁ ଉଦ୍ୟମ ସମସ୍ତ ସାହିତ୍ୟାନୁରାଗୀଙ୍କ ମହଲରେ ଆନନ୍ଦ ଖେଳାଇ ଦେଇଛି l