ଅନୁସନ୍ଧାନ ଭାରତ(ବ୍ୟୁର): ସରକାରଙ୍କ ନିର୍ଦେଶ ମୁତାବକ ବରିଷ୍ଠତା ବିଚାର ବିଭାଗୀୟ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଓ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାଶଙ୍କୁ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ମିଳିଛି l 

ନବ ନିଯୁକ୍ତ ୨ ବିଚାରପତିଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l ଭାରତୀୟ ସମ୍ବିଧାନର ଧାରା ୨୧୭ କ୍ଲଜ(୧) ଅନୁଯାୟୀ ବରିଷ୍ଠତା ଭିତ୍ତିରେ ଗୌରୀ ଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶଙ୍କୁ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଛନ୍ତି ବୋଲି ଆଇନ ଓ ନ୍ୟାୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ରାଜୀନ୍ଦର କାଶ୍ୟପ ସୂଚନା ଦେଇଛନ୍ତି l