ଟ୍ରକ ଚାଳକ ମାନଙ୍କ ପାଇଁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସହ ଚଷମା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର) : ମୈତ୍ରୀବନ ସେବା ସଂଘ, କୋଣାର୍କ ଓ ବାସନ୍ତି ଦୁର୍ଗା ମିନି ଟ୍ରକ ଓନର୍ସ ଆସୋସିଏସନ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ବାସନ୍ତୀ ଦୁର୍ଗା ମିନି ଟ୍ରକ ଆସୋସିଏସନ, ରସୁଲଗଡ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି ।

csp

ଏହି ଶିବିରରେ ଡ଼କ୍ଟର ଆଇ ଆଗ୍ରୱାଲର ଡାକ୍ତରମାନେ ଚକ୍ଷୁ ପରୀକ୍ଷା କରିଥିବା ବେଳେ ବାସନ୍ତି ଦୁର୍ଗା ମିନି ଟ୍ରକ ଆସୋସିଏସନର ପ୍ରାୟ ୨୫୦ ଡ୍ରାଇଭର ନିଜର ଚକ୍ଷୁ ପରୀକ୍ଷା କରିବା ସହିତ ମାଗଣା ଚଷମା ଯୋଗାଇ ଦିଆଯଇଥିଲା I

ଉକ୍ତ ଶିବିରକୁ ମୈତ୍ରୀବନ ସେବା ସଂଘର ଉପଦେଷ୍ଟା ପ୍ରଦୀପ କୁମାର ଲେଙ୍କା, ଶ୍ରାବଣୀ ରାୟ, କେଶବ ସାମଲ, ଅଲ୍ ଓଡ଼ିଶା ମିନି ଟ୍ରକ ମାଲିକ ସଂଘର ସଭାପତି ବଳରାମ ମହାପାତ୍ର, ସମ୍ପାଦକ ସୁଶାନ୍ତ କୁମାର ରଣା ଓ ବାସନ୍ତି ଦୁର୍ଗା ମିନିଟ୍ରକ ଅସୋସିଏସନର ସଭାପତି ତ୍ରିଲୋଚନ ରାଉତରାୟ, ସମସ୍ତ କର୍ମକର୍ତ୍ତା ଓ ମାଲିକମାନେ ଉପସ୍ଥିତ ଥିଲେ I ଏହିପରି ଶିବିର ଆଗାମୀ ଦିନରେ ଭୁବନେଶ୍ୱର, କଟକ ଆଦି ସ୍ଥାନରେ କରାଯିବ ବୋଲି ମୈତ୍ରୀବନ ସେବା ସଂଘ ତରଫରୁ ଜଣାଇଛନ୍ତି I